ବୁଧବାର ରାଶିଫଳ

.

Copy Editor RRM | Published On: Feb 14, 2018 12:11 AM IST |   1813

ମେଷ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଦ୍ଧାରକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ଉପୁଜି ଥିବା ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ନିରନ୍ତର ଭାବେ ଦେବପୂଜା କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ସଂପୂର୍ଣ୍ଣ ଦିନଟି ଭୋଗ ବିଳାସରେ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କର୍କଟ: ବିଳମ୍ବରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ମିତ୍ର ଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
ସିଂହ: ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦର ସମ୍ମାନ ମିଳିବ। ଶରୀର ସୁସ୍ଥ ରହିବ।
କନ୍ୟା: ଆଗ୍ରହ ନ ଥିଲେ ବି କାର୍ଯ୍ୟ କରି ଚାଲିବେ। କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହେବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ।
ତୁଳା: ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ହେବେ। ବୁଦ୍ଧିମତ୍ତାର ପରିଚୟ ଦେଇପାରନ୍ତି।
ବିଛା: କାର୍ଯ୍ୟରେ ଆଗକୁ ବଢ଼ିବେ। ସ୍ୱାଧୀନ ଚେତ୍ତାଭାବେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ଧନୁ: ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ଚିନ୍ତିତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରବେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟରୁ ଧନଲାଭ ହେବ।
ମକର: କଲା କର୍ମର ଫଳ ଭୋଗ କରିବେ। ସୁଖ ସମ୍ମାନ ଲାଭ କରିପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧପ୍ରିୟ ହେବେ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ।
କୁମ୍ଭ: ଯାତ୍ରା ଶୁଭଦାୟକ ହେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତରେ ସାମୟିକ ଭାବେ ସମୟ କଟାଇ ପାରନ୍ତି। ମଧୁରଭାଷୀ ହେବେ। ଖର୍ଚ୍ଚାନ୍ତ ହେବା ଆଶା କରାଯାଏ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ।
ମୀନ: କାର୍ଯ୍ୟରେ ତୃପ୍ତି ମିଳିବ। ଶରୀର ସୁସ୍ଥ ରହିବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ସ୍ୱଭାବର ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।