ମଙ୍ଗଳବାର ରାଶିଫଳ

.

Copy Editor RRM | Published On: Feb 13, 2018 12:19 AM IST |   1775

ମେଷ: ମନୋବଳ ଦୃଢ଼ କଲେ ସଫଳତା ପାଇବେ । କର୍ମ ତତ୍ପରତା ପ୍ରକାଶ ପାଇବ । ଧନଲାଭର ସୂଚନା ମିଳୁଛି । ଦ୍ରବ୍ୟ ଲାଭ ଘଟି ପାରେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇ ଖୁସି ହେବେ । ଧାର୍ମିକ ଅନୁଷ୍ଠାନର ନେତୃତ୍ୱନେଇ ଖୁସି ହେବେ ।
ବୃଷ: କାର୍ଯ୍ୟରେ ବାଧା ସୃଷ୍ଟି ହେବାର ସୂଚନା ମିଳୁଛି । ତଥାପି ସଫଳତା ପାଇ ଆଶ୍ୱସ୍ତ ହେବେ । ବ୍ୟୟ ବୃଦ୍ଧି ଘଟିବାର ସମ୍ଭାବନା ଅଛି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଭ୍ରମଣ ଯୋଗ ଅଛି ।
ମିଥୁନ: ଅନ୍ୟର ସହାୟତା ପାଇବାରେ ବଞ୍ଚିତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଆତ୍ମ ସନ୍ତୋଷ ଲାଭ କରିବେ । ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି । ଅତ୍ୟଧିକ ପରିଶ୍ରମ କରି କ୍ଳେଶ ଅନୁଭବ କରିପାରନ୍ତି ।
କର୍କଟ: ହଠାତ୍‌ କିଛି ସମସ୍ୟା ଦେଖାଦେଇ ପାରେ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ସୌଜନ୍ୟତା ପ୍ରକାଶ ପାଇବ । ଆର୍ଥିକ ଉନ୍ନତି ଘଟିବ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଆୟ ପରିମାଣ ବୃଦ୍ଧି ହେବ । ଠାକୁର ସେବୀ ହେବେ ।
ସିଂହ: ତରବର ନ ହୋଇ ଧୀରେ ସୁସ୍ଥ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଅସୁବିଧା ଉପୁଜି ପାରେ । ସମସ୍ତ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ । ସୁଖୀ ହେବେ ।
କନ୍ୟା: ଧୈର୍ଯ୍ୟ ଧରି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଚେଷ୍ଟା କରିବେ । ଭୁଲ ବୁଝାମଣା ହେତୁ ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଅଜଣା ବ୍ୟକ୍ତିଙ୍କ ସଂପର୍କ ରଖିବେ ନାହିଁ । ଧର୍ମ କାର୍ଯ୍ୟରେ ମନ ଦେବେ । ଧନ-ସମ୍ପଦ ମିଳିବ ।
ତୁଳା: ବାଦ- ବିବାଦର ସମ୍ମୁଖୀନ ହେବେ । ଶୁଭ ଖବର ପାଇ ଖୁସି ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‌ କରିପାରେ ।
ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଉତ୍ତମକର୍ମ ଯୋଗୁଁ ପ୍ରଶଂସା ଲାଭ କରିବେ । ଆର୍ଥିକ ଉନ୍ନତି ଘଟିବାର ସୂଚନା ମିଳୁଛି । ଦୁଶ୍ଚିନ୍ତା ଦୂର ହେବ । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହୋଇପାରେ । ଦୂରଯାତ୍ରା କରିପାରନ୍ତି । ଠାକୁରଙ୍କ କାର୍ଯ୍ୟରେ ମନ ଦେବେ ।
ଧନୁ: ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଆଶାବାଦୀ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହେବ । ଧର୍ମ ଅନୁଷ୍ଠାନରେ ନିୟୋଜିତ ହୋଇପାରନ୍ତି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିସ୍ଥିତିକୁ ସୁଧାରି ନେବେ ।
ମକର: ସତ୍‌ସଙ୍ଗରେ ଯୋଗ ଦେଇ ଆନନ୍ଦ ଅନୁଭବ କରିପାରନ୍ତି । ଶ୍ରୀଚନ୍ଦ ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଅର୍ଥପ୍ରାପ୍ତି ସହ ପାରିବାରିକ ସୁଖ ମିଳିବ । ସାଧନା ଫଳବତୀ ହେବ । ଆତ୍ମ ସନ୍ତୋଷ ମିଳିବ । ସୁଖ ସମ୍ଭୋଗ କରିପାରନ୍ତି ।
କୁମ୍ଭ: ପ୍ରସନ୍ନତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ଅଛି । ଦୂରଯାତ୍ରା କରିପାରନ୍ତି ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସୁଖ ସମ୍ଭୋଗର ଦିନଟି ଆଜି । କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ । ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିଛି । ସମ୍ମାନିତ ହେବା ଆଶା କରାଯାଏ ।

 

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।