ଜମି ଜମା ବିବାଦରୁ ୨ ଭାଇଙ୍କୁ ହତ୍ୟା, ଉତ୍ୟକ୍ତ ଲୋକଙ୍କର ରାସ୍ତା ରୋକ

.

Published On: Feb 12, 2018 09:44 PM IST | Updated On: Feb 12, 2018 09:46 PM IST |   73

କମର୍ଦ୍ଦା: ଭୋଗରାଇ ବ୍ଲକର ହରିଣକୁଲୀ ଗ୍ରାମରେ ଜମି ଜମା ବିବାଦରୁ ୨ ଜଣ ଭାଇଙ୍କୁ ହତ୍ୟା କରାଯାଇଛି । ଦୁର୍ଗା ଶଙ୍କର ନାମକ ଅଭିଯୁକ୍ତ ମାରଣାସ୍ତ୍ରରେ  ପିତାମ୍ବର ଗିରିଙ୍କ ଦୁଇପୁଅ ମଧୁ ଓ ନାରାୟଣଙ୍କୁ ଆକ୍ରମଣ କରିଥିଲା । ଏହାପରେ ଏହି ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।ମହିଳା ମାନେ ଅଭିଯୁକ୍ତ ଦୂର୍ଗାଶଙ୍କର ଘରକୁ ଘେରି ରହିଥିଲେ।ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।ମୃତଦେହକୁ ରାସ୍ତାରେ ରଖି ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାକୁ ପ୍ରାୟ ଦୁଇ ଘଣ୍ଟା ଅବରୋଧ କରାଯାଇଥିଲା।

ପରିବାରକୁ ସହାୟତା ପ୍ରଦାନ ସହ ଅଭିଯୁକ୍ତକୁ କୋଠର କାର୍ଯ୍ୟାନୁଷ୍ଠାନ। ଜଲା ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ସହିତ ତାଙ୍କ ପରିବାରର ଦୁଇ ଭାଇର ଦୁଇଜଣ ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକରି ଯୋଗାଇ ଦେବା ପ୍ରତିିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା । ପୁଲିସ ଅଭିଯୁକ୍ତ ଦୁର୍ଗାଶଙ୍କରକୁ ଗିରଫ କରିଛି ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।