ପାଣି ମଡାଇବାକୁ କେନ୍ଦ୍ରକରି ୨ଭାଇଙ୍କୁ ହତ୍ୟା

କମର୍ଦ୍ଦା ଥାନା ଓ ଡାକ୍ତରଖାନାରେ ଉତ୍ତେଜନା

Copy Editor AH | Published On: Feb 12, 2018 05:09 PM IST | Updated On: Feb 12, 2018 05:09 PM IST |   73


ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଆରୁହା ବୃତ୍ତିଗ୍ରାମ ପଞ୍ଚାୟତର ହରିଣଖୋଲି ଗ୍ରାମର ଜମିରେ ପାଣି ମଡାଇବାକୁ କେନ୍ଦ୍ରକରି ୨ଭାଇଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ଦୁଇଭାଇ ନିଜ ଜମିରେ ପାଣି ମଡ଼ାଉ ଥିବାବେଳେ ପାଖ ଜମି ମାଲିକଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପାଖଜମି ମାଲିକ ଦୁଇଭାଇଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ପରେ ଡାକ୍ତରଖାନାରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ କମର୍ଦ୍ଦା ଥାନା ଓ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।