ବିଜେପୁରରେ ବିଜେପିର ବିଜୟ ଦେବ ପରିବର୍ତ୍ତନର ବାର୍ତ୍ତା : ଧର୍ମେନ୍ଦ୍ର

ବିଜେପୁର ଉପନିର୍ବାଚନ ପ୍ରଚାର ଅଭିଯାନ ଜୋରଦାର

Copy Editor AH | Published On: Feb 11, 2018 04:46 PM IST |   373

 

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ  ପ୍ରଚାର ଅଭିଯାନ ଜୋର ଧରିଛି । ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ,ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି ।

ରବିବାର  ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ତାରକା ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଜିତାଇବା ପାଇଁ ସେ ବିଜେପୁରରେ ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଦଳର ବରିଷ୍ଠ ଦଳୀୟ ନେତାଙ୍କ ସହ ଯାଇ ସେ ବିଜେପୁରରେ ପ୍ରଚାର କରିଛନ୍ତି ।  ବିଜେପୁରରେ ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ବୋଲି ଧର୍ମେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିବା ସହିତ ବିଜେପୁରର ବିଜୟ ଏକ ପରିବର୍ତ୍ତନର ବାର୍ତ୍ତା ଦେବ ବୋଲି କହିଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓଙ୍କ ସମେତ ଦଳର ବହୁ ନେତାଙ୍କ ସହିତ ସେ ଗାଇସିଲେଟ ବ୍ଳକର ଗୁଡେରପାଲୀରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। 

ଏହି ପ୍ରଚାର ସମୟରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାଜ୍ୟ ସରକାର ଦୀର୍ଘ ୧୮ ବର୍ଷ ଧରି ବିଜେପୁରକୁ ଠକି ଆସିଛନ୍ତି । ଏପରିକି ଦୀର୍ଘ ୧୮ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବିଜେପୁର ବଞ୍ଚିତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଗତ ତିନି ବର୍ଷ ଧରି ବିଜେପୁର ମରୁଡି ପ୍ରଭାବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ତେଣୁ ବିଜେପୁରର ବିକାଶ ହିଁ ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସେ କହିଛନ୍ତି । ବିଜେପୁରବାସୀ ଏବେ ପରିବର୍ତ୍ତନ ଆଡକୁ ମୁହାଁଇଲେଣି ତେଣୁ ବିଜେପୁରରେ ବିଜେପିର ବିଜୟ  ଏକ  ବିଜୟ ପରିବର୍ତ୍ତନର ବାର୍ତ୍ତା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।