୧୦୦ତମ ଦିନିକିଆରେ ୧୦୦: ଧାୱନ ପ୍ରଥମ ଭାରତୀୟ

୧୦୦ତମ ଦିନିକିଆରେ ୧୦୦: ଧାୱନ ପ୍ରଥମ ଭାରତୀୟ

Copy Editor AH | Published On: Feb 10, 2018 11:50 PM IST |   219


ଜୋହାନସବର୍ଗ : ତାଙ୍କ ୧୦୦ତମ ଦିନିକିଆ ମ୍ୟାଚ୍‌ରେ ଶତକ ଅର୍ଜନ କରିଛନ୍ତି ଭାରତୀୟ ଓପ୍‌ନର ଶିଖର ଧାୱନ। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଦିନିକିଆରେ ଶତକ ଅର୍ଜନକରି ଏହି କୃତିତ୍ୱ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି ଧାୱନ। ପୁଣି ୧୦୦ତମ ଦିନିକିଆରେ ଶତକ ହାସଲ କରିବାରେ ବିଶ୍ୱରେ ୯ମ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି ଶିଖର ଧାୱନ। ଏହି ମ୍ୟାଚ୍‌ରେ ଧାୱନ ୧୦୯ ରନ୍‌ କରିଥିଲେ। ଏହି ବାମହାତିଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଗର୍ଡନ ଗି୍ରନିଜ୍‌, ନ୍ୟୁଜିଲାଣ୍ଡର କ୍ରିସ୍‌ କେର୍ନସ, ପାକିସ୍ତାନର ମହମ୍ମଦ ୟୁସୁଫ୍‌, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌, ଇଂଲଣ୍ଡର ମାର୍କସ ଟ୍ରେସ୍କୋଥିକ୍‌, ୱେଷ୍ଟଇଣ୍ଡିଜ୍‌ର ରାମନରେଶ ସରୱନ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୧୦୦ତମ ଦିନିକିଆ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।