ବଲିଉଡର ହଟ୍ ମଡେଲଙ୍କୁ ପଛରେ ପକାଇଲେ ଏହି ବୟସ୍କା ମଡେଲ, ଜାଣନ୍ତୁ ସେ କିଏ ?

ଲୋକପ୍ରିୟତା ଶୀର୍ଷରେ ୯୦ ବର୍ଷୀୟା ମଡେଲ

Published On: Feb 10, 2018 11:48 AM IST | Updated On: Feb 10, 2018 11:52 AM IST |   531

ଯେପରି ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ, ଠିକ୍ ସେହିପରି ନିଜ ବୟସକୁ ନେଇ କେହି ମଧ୍ୟ ବ୍ୟତିବ୍ୟସ୍ତ ହେବା ଅନୁଚିତ । ନିଜ ମନଲାଖି କାମ କରିବା ନିମନ୍ତେ କେବଳ ମନୋବଳ ଆବଶ୍ୟକ ବୋଲି କହିଛନ୍ତି ୯୦ ବର୍ଷୀୟା ମଡେଲର ଡେଫନି ସେଲ୍ଫ । ୯୦ ବର୍ଷୀୟା ଏହି ମହିଳାଜଣକ ୧୯୪୯ରୁ ମଡେଲିଂ କରିଆସୁଛନ୍ତି । ଲଣ୍ଡନନିବାସୀ ଏହି ବୟସ୍କା ମହିଳା ନିକଟରେ ହିଁ ବିଜ୍ଞାପନ ନିମନ୍ତେ ମଡେଲିଂ କରିଥିବାର ପ୍ରକାଶ । ତାଙ୍କ ମତରେ ବୟସର ଛାପ ନିଜ ତ୍ବଚା ଉପରେ ପଡ଼ିବା ସ୍ବାଭାବିକ, ହେଲେ ମନ ଉପରେ ନିୟନ୍ତ୍ରଣ କାହାର ମଧ୍ୟ ନାହିଁ । ନିଜ ଜୀବନଶୈଳୀକୁ ନେଇ ଖୁବ୍ ଖୁସି ଅଛନ୍ତି ଡେଫନି । ନିକଟରେ ନିଜ ୯୦ତମ ଜନ୍ମଦିନକୁ ଧୁମଧାମରେ ପାଳନ କରିଛନ୍ତି ସେ । ଡାକ୍ତରଙ୍କ ପରାମର୍ଶରେ ନିଜ ଖାଦ୍ୟପାନୀୟ ପ୍ରତି ବେଶ୍ ଯତ୍ନବାନ୍ ଏହି ବୟସ୍କା ମଡେଲର । ଏ ବୟସରେ ମଧ୍ୟ ଦୈନିକ ୯ ଘଣ୍ଟା ପରିଶ୍ରମ କରିପାରୁଛନ୍ତି । ଏକ ସାକ୍ଷାତକାରରେ ଡେଫନି କହିଛନ୍ତି ଅନ୍ୟମାନେ ତାଙ୍କୁ ଥଟ୍ଟାପରିହାସ କରନ୍ତି, ହେଲେ ସେସବୁ ପ୍ରତି ଧ୍ୟାନ ଦେବାକୁ ସେ ଉଚିତ୍ ମଣନ୍ତି ନାହିଁ । କାରଣ ତାଙ୍କ ପସନ୍ଦରେ ସେ ଆଗକୁ ବଢ଼ୁଛନ୍ତି, ଏଣୁ ଅନ୍ୟମାନଙ୍କର କଥାବାର୍ତ୍ତାକୁ ଶୁଣିବାକୁ କିମ୍ବା ଚିନ୍ତା କରିବାକୁ ଡେଫନି ପ୍ରାଧାନ୍ୟ ଦିଅନ୍ତିନାହିଁ । ତାଙ୍କ ଇନଷ୍ଟାଗ୍ରାମ୍ ଓ ଫେସବୁକରେ ଦୈନିକ ଲକ୍ଷାଧିକ ଲୋକ ନିଜ ମତ ଦେଇଥାନ୍ତି । 

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।