ରେଳ ବଜେଟ୍‌ରେ ଓଡିଶାକୁ ୫୨୫୨ କୋଟି ଟଙ୍କା

.

Published On: Feb 06, 2018 04:21 PM IST | Updated On: Feb 06, 2018 07:16 PM IST |   764

ନୂଆଦିଲ୍ଲୀ:  ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରେଳଳ ବଜେଟରେ ମୋଟ୍‌ ୧.୪୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ବଜେଟରେ ଓଡିଶାକୁ ୫୨୫୨ କୋଟି ଟଙ୍କା ଦିଆଯାଇଛି । ରାଜ୍ୟ ସରକାର ଓଡିଶା ପାଇଁ ୬ହଜାର ୫୦୦ କୋଟି ଟଙ୍କା ଦାବି କରିଥିବା ବେଳେ କେନ୍ଦ୍ର ସରକାର ରେଳ ପାଇଁ ୫୨୫୨କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦେବ ।

 ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ଓଡିଶାରେ ଏବେ ୩୬ ପ୍ରକଳ୍ପର  ନିର୍ମାଣ କାର୍ଯ୍ୟଚାଲିଛି । ଏହାର ମୋଟ ବ୍ୟୟ ଅଟକଳ ୪୩,୭୩୧ କୋଟି ଟଙ୍କା ।  ଏହି ପ୍ରକଳ୍ପ ଅଧିନରେ ୪, ୭୫୦ କିଲୋମିଟରରେ ରେଳ ଲାଇନ କାମ ଚାଲିଛି ।

ରେଳ ବଜେଟ ୨୦୧୮-୧୯ :ପୂର୍ବତଟ ରେଳପଥର କେଉଁ ରେଳ ପ୍ରକଳ୍ପକୁ ମିଳିଲା କେତେ ଟଙ୍କା

ନୂତନ ରେଳପଥ ନିର୍ମାଣ
-----
ଦୈତାରୀ-ବାଂଶପାଣି (୧୫୫ କି.ମି)- ୧୦ ଲକ୍ଷ
ଲାଞ୍ଜିଗଡ଼-ଜୁନାଗଡ଼ (୫୬ କି.ମି)- ୧କୋଟି
ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର(୨୮୯ କି.ମି)- ୬୨୫ କୋଟି
ଅନୁଗୁଳ- ସୁକିନ୍ଦା (୯୮ କି.ମି)- ୨୦୦ କୋଟି
ହରିଦାସପୁର- ପାରାଦ୍ୱିପ (୮୨ କି.ମି)- ୨୦୦ କୋଟି
ତାଳଚେର- ବିମଳାଗଡ଼ (୧୮୪ କି.ମି)- ୩୦୦ କୋଟି
ଜୟପୁର- ମାଲକାନଗିରି (୧୩୦ କି.ମି)- ୯୫ କୋଟି
ଜୟପୁର- ନବରଙ୍ଗପୁର (୩୮ କି.ମି)- ୧୫୦ କୋଟି
ନୌପଡ଼-ଗୁଣୁପୁର-ଥେରୁବାଲି(୭୯ କି.ମି)- ୧ କୋଟି
ରାୟପୁର- ଝାରସୁଗୁଡ଼ା (୩୧୦ କି.ମି)- ୧୦ ଲକ୍ଷ
ଦୀଘା- ଜଳେଶ୍ୱର (୪୧ କି.ମି)- ୧୦ ଲକ୍ଷ

ଦୋହରାକରଣ
---------
ସମ୍ବଲପୁର- ରେଙ୍ଗାଲି (୨୨.୭ କି.ମି)- ୫୦ ଲକ୍ଷ
କଟକ- ବାରଙ୍ଗ (୧୨ କି.ମି)- ୧.୫ କୋଟି
ରାଜା ଆଠଗଡ଼- ବାରଙ୍ଗ (୨୦ କି.ମି)- ୪ କୋଟି
ଝାରସୁଗୁଡ଼ା- ରେଙ୍ଗାଲି(୨୫.୮ କି.ମି)- ୩ କୋଟି
ସମ୍ବଲପୁର- ଟିଟଲାଗଡ଼(୧୮୨ କି.ମି)- ୫୦ କୋଟି
ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର(୬.୬ କି.ମି)- ୫.୩ କୋଟି
ବାଂଶପାଣି- ଜଖପୁରା (୧୮୦ କି.ମି)- ୮୦ କୋଟି
ଡେଲାଙ୍ଗ- ପୁରୀ (୨୮.୭ କି.ମି)- ୪୫ ଲକ୍ଷ
ସମ୍ବଲପୁର- ତାଳେଚେର (୧୭୪ କି.ମି)- ୨୨୦ କୋଟି
କୋରାପୁଟ- ଜଗଦଲପୁର (୧୧୦ କି.ମି)- ୧୧୬ କୋଟି
କୋଟଭାଲସା- କୋରାପୁଟ (୧୮୯ କି.ମି)- ୧୯୩ କୋଟି
କୋରାପୁଟ- ସିଙ୍ଗାପୁର ରୋଡ଼ (୧୬୪ କି.ମି)- ୧୧୦ କୋଟି
ଅରଗୁଳ ବାଇପାସ - ୫.୯୧ କୋଟି
ପଦପାହଡ଼- ବାଂଶପାଣି - ୧୦ ଲକ୍ଷ
ବଡ଼ବିଲ - ବଡ଼ଜାମଦା (୧୦ କି.ମି) - ୨୦ ଲକ୍ଷ
ବିମଳାଗଡ଼- ଧୂମିତ୍ରା - ୧୦ ଲକ୍ଷ
ବାଂଶପାଣି- ଜରୁଲି (୯ କି.ମି)- ୧ କୋଟି
ଚମ୍ପାଝରନ - ବିମଳାଗଡ଼ (୨୧ କି.ମି)- ୫୦ କୋଟି
ବଣ୍ଡାମୁଣ୍ଡା- ରାଞ୍ଚି (୧୫୮ କି.ମି)- ୨୦୦ କୋଟି
ତୃତୀୟ ଓ ଚତୁର୍ଥ ଲାଇନ
ଖୋର୍ଦ୍ଧା- ବାରଙ୍ଗ (୩୯ କି.ମି)- ୧୫ କୋଟି
ଝରପଡ଼ା-ବୁଢ଼ାପଙ୍କ ଫ୍ଲାଏ ଓଭର (୪୭ କି.ମି)- ୧୨୦ କୋଟି
ଭଦ୍ରକ- ର୍ନିଗୁଣ୍ଡି (୮୦ କି.ମି)- ୬୫ କୋଟି
ବିଜୟାନଗରମ- ସମ୍ବଲପୁର ଭାୟା ଟିଟଲାଗଡ଼ (୨୬୪ କି.ମି)- ୩୭୯ କୋଟି
ବୁଢ଼ାପଙ୍କ- ଶାଳଗାଁ (୮୫ କି.ମି)- ୨୨୦ କୋଟି
ଭଦ୍ରକ- ବିଜୟାନଗରମ ବଳକା ଅଂଶ (୫୨୫ କି.ମି)- ୧ କୋଟି
ଝାରସୁଗୁଡ଼ା- ଚାମ୍ପା (୧୬୫ କି.ମି)- ୧୭୫ କୋଟି
ଝାରସୁଗୁଡ଼ା- ବିଳାଶପୁର (୨୦୬ କି.ମି)- ୨୦୦ କୋଟି
ଝାରସୁଗୁଡ଼ା- ବିଳାଶପୁର ଫ୍ଲାଏ ଓଭର (୧୦ କି.ମି) - ୧୦ କୋଟି
ମନୋହରପୁର- ବଣ୍ଡାମୁଣ୍ଡା (୩୦ କି.ମି)- ୧୦୦ କୋଟି
ରାଉରକେଲା- ଝାରସୁଗୁଡ଼ା (୧୦୧ କି.ମି)- ୧୮୦ କୋଟି
ଭଦ୍ରକ- ନାରାୟଣଗଡ଼ (୧୫୫ କି.ମି)- ୫୫ କୋଟି
ରାଉରକେଲା - ବଣ୍ଡାମୁଣ୍ଡା (୯.୩ କି.ମି)- ୫୦ କୋଟି
ଧୁମିତ୍ରା - ବିଶ୍ରା ସଂଯୋଗୀକରଣ (୨.୩ କି.ମି)- ୧୭ କୋଟି

 

ବିଦ୍ୟୁତକରଣ
----------
ବିଜୟାନଗରମ-ରାୟଗଡ଼ା-ଟିଟଲାଗଡ଼-ରାୟପୁର (୪୬୫ କି.ମି)- ୫୬.୭ କୋଟି
ଝାରସୁଗୁଡ଼ା-ସମ୍ବଲପୁର-ଟିଟଲାଗଡ଼ (୨୩୮ କି.ମି)- ୭୮.୯୯ କୋଟି
ସମ୍ବଲପୁର- ଅନୁଗୁଳ (୧୫୬ କି.ମି)- ୨୨ କୋଟି
ସିଙ୍ଗାପୁର ରୋଡ଼- ଦାମନଯୋଡ଼ି (୧୫୨ କି.ମି)- ୫୭.୮୧ କୋଟି
ଭୂବନେଶ୍ୱର- କୋଟଭାଲସା (୪୫୭ କି.ମି)- ୦.୮୯ କୋଟି

  

 

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।