ଅଦା ଖାଇବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

.

Published On: Feb 05, 2018 12:02 PM IST |   1545

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଅଦା ଏକ ଉପଯୋଗୀ ପରିବା । ପ୍ରତ୍ୟେକଦିନ ବିଭିନ୍ନ ଖାଦ୍ୟଦ୍ରବ୍ୟରେ ଏହାର ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ସକାଳୁ ଖାଲିପେଟରେ ନଖଉଷୁମ ପାଣି ଗିଲାସେରେ ଅଧ ଚାମଚ ଅଦା ରସ ମିଶାଇ ପିଇଲେ ସମସ୍ତ ପେଟ ସମସ୍ୟା ଦୂର ହୋଇଥାଏ ।

ଅଦା ଫୁଟା ପାଣି ପିଇଲେ କାଶ ଦୂର ହେବା ସହ ଶରୀରକୁ ଶକ୍ତି ପ୍ରଦାନ କରେ ।

ସକାଳବେଳା ଅଦା ଚା’ ପିଇବା ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ତଥ୍ୟରୁ ଜଣାପଡ଼ିଛି ।

ଗର୍ଭବତୀ ମହିଳା ଅଦା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଗର୍ଭାବସ୍ଥାର ଶେଷ ୩ମାସରେ ଅଦା ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି କେତେକ ତଥ୍ୟରୁ ପ୍ରକାଶ ହୋଇଛି ।

ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ଅଦା ଚା’ କିମ୍ବା ଅଦାମିଶ୍ରିତ ପାଣି ପିଇବା ଉତ୍ତମ । ତେବେ ଦୁର୍ବଳ ବ୍ୟକ୍ତି ଅଦା ଉପଯୋଗ ନକରିବା ଉଚିତ ।

ରକ୍ତସମ୍ପର୍କିତ କୌଣସି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଅଦାର ସେବନ କରିବା ଅନୁଚିତ । 

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।