ଚୀନକୁ ଟପି ଯିବ ଭାରତ !

୨୦୧୮ରେ   ଭାରତ ହେବ ଅର୍ଥନୀତିରେ ସବୁଠାରୁ ଦୃତ ଅଭିବୃଦ୍ଧି ଘଟୁଥିବା ଦେଶ

Published On: Jan 21, 2018 09:18 PM IST | Updated On: Jan 21, 2018 09:19 PM IST |   2580

ନୂଆଦିଲ୍ଲୀ :  ୨୦୧୮ରେ ଚୀନକୁ ଟପି ଯିବ ଭାରତ । ଏହାର ସେୟାର ବଜାର ବିଶ୍ୱର ୫ମ ସବୁଠାରୁ ବଡ ସେୟାର ମାର୍କେଟ ହୋଇଯିବ । ସାଂକ୍ଟମ ଓ୍ୱେଲ୍ଥ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଭାରତର ଅର୍ଥନୀତିରେ ଦୃତ ଅଭିବୃଦ୍ଧି ଘଟିବ । ଏବେ ଭାରତ ୭.୫ ଅଭିବୃଦ୍ଧି ଲକ୍ଷ୍ୟ ରଖିଥିବା ବେଳେ ବିକଶିତ ଦେଶମାନେ ୨ରୁ ୩ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ।

 ଚୀନର ଅର୍ଥନୀତି ଏବେ ଧୀରେ ଧୀରେ ଅଧୋମୁଖୀ ହେଉଛି । ଏହାର ଅଭିବୃଦ୍ଧି ହାର ହ୍ରାସ ପାଉଛି ।  ଯଦି ମୁଦ୍ରା ସ୍ପିତି ବୃଦ୍ଧି ପାଇବ ତେବେ ଅର୍ଥନୈତିକ ଅଭିବୃଦ୍ଧି  ବାଧାପ୍ରାପ୍ତ ହେବ ବୋଲି ଏଥିରେ କୁହାଯାଇଛି ।

ଆଧାର,ଜନଧନ, ବିମୁଦ୍ରାୟନ ଓ ଜିଏସ୍‌ଟି ଭାରତରେ ନୂଆ ବିକାଶ ଆଣିବାକୁ ସହାୟକ ହେବ ବୋଲି ଏଥିରେ କୁହାଯାଇଛି ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।