ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୫ ମଲ୍ଲଯୋଦ୍ଧା ମୃତ

୭ଜଣ ଗୁରୁତର ଆହତ

Copy Editor AH | Published On: Jan 13, 2018 09:01 PM IST | Updated On: Jan 13, 2018 09:10 PM IST |   609


ମୁମ୍ବଇ : ବର୍ଷର ପ୍ରଥମ ମାସରେ ସଡ଼କ ଦୁର୍ଘଟଣାରେ  କ୍ରୀଡାବୀତଙ୍କ ମୃତ୍ୟୁ ଭାରତୀୟ କ୍ରୀଡା ମହଲରେ ଶେକର ଛାୟା ଖେଳାଇ ଦେଇଛି। ଗତ ରବିବାର ଦିଲ୍ଳୀରେ କାର୍‌ ଦୁର୍ଘଟଣାରେ  ୪ ଜଣ ଭାରତ୍ତୋଳକଙ୍କ ମୃତ୍ୟୁ ଘଟିବା ଘଟଣା ମନରୁ ନ ଲିଭୁଣୁ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ଜଣ ମଲ୍ଲଯୋଦ୍ଧା ପ୍ରାଣ ହରାଇଛନ୍ତି।

ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ  ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ଜଣ ମଲ୍ଲ ଯୋଦ୍ଧାଙ୍କ ସମେତ ୬ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଜିଲାର ଆନୁଧି ଗ୍ରାମରେ ଆୟୋଜିତ ଏକ କୁସ୍ତି ପ୍ରତିଯୋଗିତାରେ ଭାଗ ନେଇ ମଲ୍ଲ ଯୋଦ୍ଧାଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତ ଏକ ଗାଡ଼ିରେ କୁଣ୍ଡଲ ଆଡକୁ ଆସୁଥିବା ବେଳେ ସାମନାରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୫ ମଲ୍ଲ ଯୋଦ୍ଧାଙ୍କ ସମେତ ୬ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି ।

ସେହିପରି ଗତ ୭ ତାରିଖରେ ଦିଲ୍ଲୀ-ପାନିପଥ ଜାତୀୟ ରାଜପଥରେ  କାର୍‌ ଦୁର୍ଘଟଣାରେ  ୪ ଜଣ ଭାରତ୍ତୋଳକଙ୍କ ମୃତ୍ୟୁ ଘଟିଥିଲା।  ଏଥିସହ ୨ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରେ ଅଛନ୍ତି ବିଶ୍ୱ ଚାମ୍ପିଅନ୍‌ ସକ୍ଷମ ଯାଦବ। ପ୍ରବଳ କୁହୁଡ଼ି ହୋଇଥିବାବେଳେ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବା ସମୟରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିବା କୁହାଯାଉଛି। 


୬ ଜଣ କ୍ରୀଡ଼ାବିତ୍‌ଙ୍କୁ ପିସିଆର୍‌ ଟିମ୍‌ ରାଜା ହରିଶ୍ଚନ୍ଦ୍ର ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଯାଦବ ଏବଂ ବାଳିଙ୍କୁ ଶାଲିମାର୍‌ବାଗ୍‌ ସ୍ଥିତ ମ୍ୟାକ୍ସ୍‍ ହସ୍‌ପିଟାଲ୍‌କୁ ନିଆଯାଇଛି। ପୁଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି। 

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।