ତାରିଖ ପରେ ତାରିଖର ଅନ୍ତ ହେଉ

.

Published On: Jan 13, 2018 08:17 PM IST | Updated On: Jan 13, 2018 08:20 PM IST |   31

 

ତାରିଖ ପରେ ତାରିଖର ଅନ୍ତ ହେଉ

ମହେଶ ଶର୍ମା

ଯେତେବେଳେ ରାଷ୍ଟ୍ରର ହିତ ପାଇଁ ପ୍ରାଥମିକତା ଦିଆଯାଉଛି ସେତେବେଳେ ମୁହାଁ ମୁହିଁର ପରସ୍ଥିତି ବୃଦ୍ଧି ପାଉଛି । ଏପରି ଅବସ୍ଥା ହୁଏ ଯେ ନ୍ୟାୟପାଇଁ ବର୍ଷ ବର୍ଷ ଧରି ଦଉଡୁଥିବା ସାଧାରଣ ଲୋକ ଗରିବ ହୋଇଯାଏ।  ବାର ଓ ବେଞ୍ଚ ମଧ୍ୟରେ ମତାତନ୍ତ ହୋଇଥାଏ। କିନ୍ତୁ କାର୍ଯ୍ୟ ପାଳିକା ଓ ନ୍ୟାୟ ପାଳିକା ମଧ୍ୟରେ ମତାନ୍ତର କୌଣସି ଗଣତାନ୍ତ୍ରିକ ଦେଶ ପାଇଁ  ଶୁଭଙ୍କର ନୁହେଁ  ।

ମାତ୍ର ଏହି ଘଟଣା ଏହାଠାରୁ ଅଧିକ । ସୁପ୍ରିମ କୋର୍ଟରେ ଏବେ କାର୍ଯ୍ୟରତ ବିଚାରପତି  ଓ ମୁଖ୍ୟ ବିଚାରପତିଙ୍କ ବିରୋଧରେ  ଗଣ ମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ।  ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି ।

ହଁ ଏହି ବିବାଦରୁ ଏକ ଘଟଣା ସ୍ପଷ୍ଟ ଯେ ନ୍ୟାୟପାଳିକା ବି ବିଭିନ୍ନ ବିଷୟ ପାଇଁ ଉତ୍ତରଦାୟୀ ରହିବାର ଆବଶ୍ୟକତା  ରହିଛି । ଏବେ ଏହାକୁ ନେଇ ଦେଶରେ ଚର୍ଚ୍ଚା ଆରମ୍ଭ  ହୋଇଛି ।  ଏବେବି କିଛି ଲୋକଙ୍କର ଏହା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ବିବାଦର ଗଭୀରକୁ ଆପଣ ଯଦି ଯିବେ  ଓ ସାଧାରଣ ଲୋକଙ୍କ କଷ୍ଟର କଥା କହିବେ ତ ପ୍ରଥମରୁ ସାଧାରଣ ଲୋକ ତ ପେଶି ହେଉଛନ୍ତି । ଏହା ସହ ବିଶ୍ୱାସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାରା ଦେଶରେ  ବିଭିନ୍ନ ଜିଲା ଅଦାଲତରେ ଏବେ ୨ କୋଟି ୮୦ ଲକ୍ଷ ମାମଲା ବିଚାର ପାଇଁ  ପଡି ରହିଛି । ବିଭିନ୍ନ ଅଦାଲତରେ ୫ ହଜାର କର୍ମଚାରୀଙ୍କର ଅଭାବ ରହିଛି । ସୁପ୍ରିମ କୋର୍ଟଙ୍କ  ଏହାର ସଂଖ୍ୟା ୭ ଗୁଣ ବୃଦ୍ଧି କରିବା ପାଇଁ କୁହାଯାଇଛି । ଏହା ଦ୍ୱାରା ଆଗାମୀ କିଛି ବର୍ଷରେ ୧୫ ହଜାରରୁ ଅଧିକ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ ବୋଲି କୁହାଯାଇ ପାରିବ । ୨୦୧୫-୨୦୧୬ ମସିହାରେ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟରେ  ଏହି ପରାମର୍ଶ ଦିଆଯାଇଛି ।

 ଇଣ୍ଡିଆନ ଅକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଜୁଲାଇ ୨୦୧୫ ଓ ୨୦୧୬ ଜୁନ ୩୦ ତାରିଖ ପର୍ଯ୍ୟନ୍ତ  ଜମିଜମା ଓ ଅପରାଧର ୨ କୋଟି ୮୧ ଲକ୍ଷ ୨୫ ହଜାର ୦୬୬ଟି ମାମଲା ରହିଥିଲା । ଏଥିରୁ ୧ କୋଟି ୮୯ ଲକ୍ଷ୪ ହଜାର ୨୨୨ଟି ମାମଲାର ସମାଧାନ ହୋଇଛି । କିନ୍ତୁ ତ୍ୱରିତ ମାମଲାର ସମାଧାନର ବିଶେଷ ଭାବେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହାର ଗତି ଅତି ଶୀଥିଳ । ବିଚାରପତିଙ୍କ ନିଯୁକ୍ତି, ମୂଳ ଭୂତ ସୁବିଧା ସୁଯୋଗ କୁ ନେଇ କରି ଏହି ସବୁ ରିପୋର୍ଟ ଅଧାରରରେ ସରକାଙ୍କର ଭୂମିକାକୁ ସମାଲୋଚନା କରାଯାଇଛି। ରିପୋର୍ଟରେ ସରକାର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶକୁ ଅଣଦେଖା କରାଯାଉଥିବା କୁହାଯାଇଛି ।

 

ଏବେବି  ଗୁଜୁରାଟରେ ୭୯୪, ବିହାରରେ ୭୯୨ , ଉତ୍ତର ପ୍ରଦେଶରେ ୬୨୪ଓ ଦିଲ୍ଲୀରେ ୩୦୭ ଜଣ ବିଚାରପତି କମ ଅଛନ୍ତି ।ଲୋକସଭାର  ଏକ ପ୍ରଶ୍ନର ଉତ୍ତରରେ ୨୨ ଡିସେମ୍ବର ୨୦୧୭ ମଧ୍ୟରେ ଦେଶରେ ଅଦାଲତ ସଂଖ୍ୟା ବୃଦ୍ଧି ପାଇ ୨,୬୦,୬୨,୮୫୧ଟି ହୋଇଥିବା କଥା ଲିଖିତ ତଥ୍ୟ ଦିଆଯାଇଥିଲା ।

 ରାଜ୍ୟ ସଭାରେ ସରକାର ସୁପ୍ରିମ କୋର୍ଟରେ ୬ ଜଣ ବିଚାରପତି ଓ ୯ଟି  ଉଚ୍ଚ ନ୍ୟାୟାଳୟରେ  ସ୍ଥାୟୀ ଭାବେ ନିଯୁକ୍ତ  ମୁଖ୍ୟ ବିଚାରପତି ନ ଥିବା କଥା ଦର୍ଶାଯାଇଥିଲା। ଏହି ଅଦାଲତମାନଙ୍କରେ କାର୍ଯ୍ୟ ନିର୍ବାହୀ ବିଚାରପତିଙ୍କ ତତ୍ୱାବଧାନରେ କାମ କରୁଥିବା କଥା ସରକାର ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ/ତେଲେଙ୍ଗନା, ଦିଲ୍ଲୀ,, ହିମାଚଳ ପ୍ରଦେଶ, ଝାରଖଣ୍ଡ, କେରଳ ,କର୍ଣ୍ଣାଟକ ଓ  ମଣିପୁରରେ ନିୟମିତ ମୁଖ୍ୟ ବିଚାରପତି ନାହାନ୍ତି । ଉଟ୍ଟତମ ନ୍ୟାୟାଳୟର କଲୋଜିୟମ ସରକାରଙ୍କୁ ଉପଯୁକ୍ତ ବ୍ୟକ୍ତିଙ୍କର ନାମ ସୁପାରିଶ କରିଥାଆନ୍ତି । ସରକାର ଏହାକୁ ସ୍ୱୀକୃତି ଦେଇ ଥାଆାନ୍ତି ଅବା ପୁର୍ନବିଚାର ପାଇଁ ପଠାଇ ଥାଆନ୍ତି । ଏଥିରେ ଭାରତର ମୁଖ୍ୟ ବିଚାରପତି ଓ  ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ରହିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।