ରବିବାର ଠାରୁ ଭାରତ ଗସ୍ତରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ

୬ ଦିନିଆ ଭାରତ ଗସ୍ତ

Copy Editor AH | Published On: Jan 13, 2018 07:49 PM IST |   182


ନୂଆଦିଲ୍ଲୀ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟହୁ ରବିବାର ଠାରୁ ୬ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଭାରତ-ପାଲେଷ୍ଟାଇନ୍‌ ସଂପର୍କ, ଦୁଇଦେଶର ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ର ସମେତ ଅନେକ କ୍ଷେତ୍ରରେ ସଂପର୍କ ସୁଦୃଢ଼ କରିବା ଉପରେ ଏହି ଅବସରରେ ଆଲୋଚନା ହେବ । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ନେତାନ୍ୟହୁଙ୍କ ମଧ୍ୟରେ ଆଳୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ, ମୁମ୍ବାଇ ଓ ଆଗ୍ରା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତବର୍ଷ ଜୁଲାଇ ମାସରେ ଇସ୍ରାଏଲ୍‌ ଗସ୍ତ କରିଥିଲେ । ଇସ୍ରାଏଲ୍‌ ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଭାରତରେ ଇସ୍ରାଏଲ୍‌ ରାଷ୍ଟ୍ରଦୂତ ଡେନିଏଲ୍‌ କାର୍ମନ୍‌ କହିଛନ୍ତି, ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କର ୨୫ବର୍ଷ ପୂର୍ତ୍ତି ପାଇଁ ଶ୍ରୀ ନେତାନ୍ୟହୁଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି ।

 

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।