ବିଷାକ୍ତ ଚା’ ପିଇ ୪ ଜଣଙ୍କର ମୃତ୍ୟୁ

ଜଣେ ଗୁରୁତର

Copy Editor AH | Published On: Jan 13, 2018 05:52 PM IST | Updated On: Jan 13, 2018 05:53 PM IST |   199

ନୂଆଦିଲ୍ଲୀ : ବିହାରର ମୁଜାଫରପୁରରେ ବିଷାକ୍ତ ଚା’ ପିଇ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଜଣେ ପିଲାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ଚା’ ପିଇବା ପରେ ଏହି ଚାରିଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ବିହାରର ମୁଜାଫରପୁର ଅନ୍ତର୍ଗତ ବହଦନୀପୁର ଗ୍ରାମରେ ଏହି ଘଟଣା ଘଟିଛି ।

ଅସାବଧାନତା ବଶତଃ ଚା’ ପତି ବଦଳରେ ତା ଭଳି ଦିଶୁଥିବା କୀଟନାଶକ ବ୍ୟବହାର କରିବାରୁ ଏହି ଅଘଟଣ ଘଟିଛି । ସକାଳେ ଚା’ କରିବା ବେଳେ ଘରର ମହିଳା ଜଣଙ୍କ ଭୁଲରେ ଚା’ ପତି ଭଳି ଦିଶୁଥିବା କୀଟନାଶକ ପକାଇ ଚା’ କରିଥିଲେ । ଫସଲରେ ସିଞ୍ଚନ କରିବା ପାଇଁ ଥିବା କୀଟନାଶକ ଥିମେଟ ବ୍ୟବହାର କରିଥିବାରୁ ଏହି ଅଘଟଣ ଘଟିଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ଏହି ଘଟଣାକୁ ନେଇ ବହଦନୀପୁର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।