ରବିବାର ଅପରାହ୍ଣରେ ୪ ବିଚାରପତିଙ୍କୁ ଭେଟିବେ ସିଜେଏମ୍

ରବିବାର ଅପରାହ୍ଣରେ ୪ ବିଚାରପତିଙ୍କୁ ଭେଟିବେ ସିଜେଏମ୍

Sid | Published On: Jan 13, 2018 05:09 PM IST |   233

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୪ ବିଚାରପତିଙ୍କ ସାକ୍ଷାତକାର ଶନିବାର ହୋଇ ପାରି ନାହିଁ । ରବିବାର ଅପରାହ୍ଣରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସହ ୪ ବିଚାରପତିଙ୍କ ସାକ୍ଷାତକାର ହେବାର ସମ୍ଭାବନା ରହିଥିବା ସୁତ୍ରରୁ ଜଣାପଡ଼ିଛି । ମୁଖ୍ୟ ବିଚାରପତି ତାଙ୍କ ବାସଭବନରେ ଉପସ୍ଥିତ ରହିଥିଲେ ମଧ୍ୟ ଆଜି ଦିବସ ବ୍ୟାପୀ ଜଷ୍ଟିସ ଚେଲମେଶ୍ୱର ତାଙ୍କୁ ସାକ୍ଷାତ କରି ନାହାନ୍ତି । ଜଷ୍ଟିସ ଗୋଗୋଇ ଓ ଅନ୍ୟମାନେ ଆଜି ଅନୁପସ୍ଥିତ ଥିବାରୁ ଏହି ସାକ୍ଷାତକାର ହୋଇ ପାରି ନଥିବା ଆକଳନ କରାଯାଉଛି । ତେବେ କାଲି ଅପରାହ୍ଣରେ ମୁଖ୍ୟ ବିଚାରପତିଙ୍କୁ ୪ ବିଚାରପତି ସାକ୍ଷାତ କରିବାର କାର୍ଯ୍ୟକ୍ରମକୁ ନେଇ ଜୋର ଆଲୋଚନା ଆରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ସାମାନ୍ୟ କିଛି ସମୟ ପାଇଁ ମୁଖ୍ୟ ବିଚାରପତିଙ୍କ ବାସଭବନକୁ ଯାଇଥିଲେ । କାର୍ଯ୍ୟାଳୟକୁ ଯିବା ବାଟରେ ନୂଆ ବର୍ଷର ଗ୍ରିଟିଙ୍ଗ୍‌ସ କାର୍ଡ଼ ମୁଖ୍ୟ ବିଚାରପତିଙ୍କୁ ପ୍ରଦାନ କରିବାକୁ ସେ କିଛି ସମୟ ପାଇଁ ତାଙ୍କ ଘର ସମ୍ମୁଖରେ ରହିଥିଲେ ବୋଲି ପରେ ଗଣମାଧ୍ୟମରେ ସୂଚନା ଦେଇଥିଲେ । ଅପରପକ୍ଷରେ ଆଟୋନି ଜେନେରାଲ ବେନୁଗୋପାଲ ଆଜି ୪ ବିଚାରପତିଙ୍କ ସହ ମୁଖ୍ୟ ବିଚାରପତିଙ୍କ ସାକ୍ଷାତକାର ସମ୍ପର୍କରେ ଆଶାବାଦୀ ଥିବା ସୂଚନା ଦେଇଥିଲେ । ତେବେ ଅଭିଯୋଗ ଆଣିଥିବା ୪ଜଣ ବିଚାରପତି ଆଜି ଦିବସବ୍ୟାପୀ ସହର ବାହାରେ ଥିବାରୁ ଏଭଳି ବିବାଦ ଆପୋଷ ସମାଧାନ ପରିବର୍ତ୍ତେ ଆସନ୍ତା କାଲି ପର୍ଯ୍ୟନ୍ତ ଲମ୍ବିତ ହୋଇଛି । ଅପରପକ୍ଷରେ ବାର କାଉନସିଲ ଅଫ ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳୀର ୫ରୁ ୭ଜଣିଆ ଦଳ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତିଙ୍କୁ ଭେଟି ପରିସ୍ଥିତିର ସମାଧାନ ନିମନ୍ତେ ଚେଷ୍ଟା ଚଲାଇଛନ୍ତି । ଏ ସମ୍ପର୍କରେ ଶନିବାର ସନ୍ଧ୍ୟାରେ ବାର କାଉନସିଲ ପକ୍ଷରୁ ଏକ ବୈଠକ ଡାକରା ଦିଆଯାଇଛି ।
ମୁଖ୍ୟ ବିଚାରପତି ଦୀପକ ମିଶ୍ର ମଧ୍ୟ ତାଙ୍କ ପକ୍ଷ ରଖିଛନ୍ତି । ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଷ୍ଟିସ ମିଶ୍ର ସୁପ୍ରିମ କୋର୍ଟର ସମସ୍ତ ବିଚାରପତି ସ୍ୱତନ୍ତ୍ର, ସେମାନଙ୍କ ମଧ୍ୟରେ ସମସ୍ତ ମାମଲା ସମାନୁପାତରେ ବଣ୍ଟନ କରାଯାଏ ବୋଲି ମତ ରଖିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।