୨୨ତମ ରିଫାଇନିଂ , ପେଟ୍ରୋ କେମିକାଲ୍ସ ଓ ଟେକ୍ନୋଲୋଜି ସମ୍ମିଳନୀ ଉଦ୍‌ଘାଟିତ

.

Published On: Jan 13, 2018 04:47 PM IST |   62

ଭୁବନେଶ୍ୱର, : ରାଜଧାନୀ ଭୁବନେଶ୍ୱରରେ ୨୨ତମ ରିଫାଇନିଙ୍ଗ୍‌, ପେଟ୍ରୋକେମିକାଲ୍ସ ଓ ଟେକ୍ନୋଲଜିର ସମ୍ମିଳନୀ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ।  ପାରାଦୀପରେ  ତୈଳ ବିଶୋଧନାଗାରସ୍ଥାପିତ ହେବାଯୋଗୁଁ ରାଜ୍ୟରେ ହାଇଡ୍ରୋ କାର୍ବନ ଶିଳ୍ପର ଅଭିବୃଦ୍ଧି ପାଇଁ ଭିତ୍ତି ଭୂମି ପ୍ରତିଷ୍ଠା ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ପ୍ରକାଶ କରିଛନ୍ତି ।ଭାରତରେ ଆଜି ଦିନରେ ୨୪୭ ମିଲିଅନ୍ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବିଶୋଧନ କ୍ଷମତା  ରହିଛି । ମାତ୍ର ଦେଶରେ ବଢୁଥିବା ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଏହି ଆବଶ୍ୟକତା ୨୦୪୦ ସୁଦ୍ଧା ୫ଶହ ମିଲିୟନ୍ ମେଟ୍ରିକ୍ ଟନ୍ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶ୍ୱରେ ଇଲେଟ୍ରିକ୍ରେ ପରିଚାଳିତ ଯାନବାହନ ଓ ଅନାନ୍ୟ ସୂତ୍ରରୁ ଶକ୍ତି ଆବଶ୍ୟକତା ପୂରଣ ହେବା ପରେ , ଦେଶରେ ୨୫୦ ରୁ ୩୦୦ ମିଲିୟନ୍

ମେଟ୍ରିକ୍ ଟନ୍ ବିଶୋଧନ କ୍ଷମତା ବଢାଇବା ପାଇଁ ଆବଶ୍ୟକତା ରହିଛି ।  ୧୫ ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ପାରାଦ୍ୱୀପ ତୈଳ ବିଶୋଧନାଗାର ସହ ଓଡିଶା ହାଇଡ୍ରୋକାର୍ବନ ଶିଳ୍ପର ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ  ହେବା ସମ୍ଭବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ସମଗ୍ର ବିଶ୍ୱର ରିଫାଇନିଂ ଓ ପେଟ୍ରୋ କେମିକାଲ୍ ଶିଳ୍ପର ପ୍ରତିଷ୍ଠିତ ସଂସ୍ଥାମାନେ ଓଡିଶାରେ ନିଜର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଥିବା ଅପାର ସମ୍ଭାବନା ଓ ବ୍ୟବସାୟୀକ ପରିବେଶର ଲାଭ ନେବେ ବୋଲି ସେ ଆଶା ପର୍ରକାଶ କରିଛନ୍ତି ।

 

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।