ଶ୍ରେୟସ ମୃତ୍ୟୁ ମାମଲା; ତଦନ୍ତ ପାଇଁ ରାଉରକେଲାରେ ପହଞ୍ଚିଲେ ବିଶାଖପାଟଣା ପୁଲିସ ଟିମ୍

.

Published On: Jan 13, 2018 04:40 PM IST | Updated On: Jan 13, 2018 04:41 PM IST |   203

କଟକ: ଓଡିଆ ଛାତ୍ର ଶ୍ରେୟସ ରାଗିଂରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବିଶାଖପାଟଣାର ୪ ଜଣିଆ ପୁଲିସ ଟିମ ରାଉରକେଲାରେ ପହଞ୍ଚିଛନ୍ତି । ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ପୁଲିସ ଟିମ୍ ତାଙ୍କ ଗାଁ ଗଡପୋଷ ଯାଇଛନ୍ତି । ଅନ୍ୟପକ୍ଷ୍ୟରେ ଏହାର ସିବିଆଇ ତଦନ୍ତ ଦାବି ନେଇ ରାଉରକେଲା ବାସିନ୍ଦା ଏବଂ ତାଙ୍କ ଗାଁ ଗଡପୋଷ ବାସିନ୍ଦାମାନେ ଆଜି ରାଲି କରିଥିଲେ ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ଗଡପୋଷ ଗାଁର ଶ୍ରେୟସ ବିଶାଖାପାଟଣା ମଧୁରଓ୍ଵାଡ଼ା ଅଞ୍ଚଳରେ ଥିବା ଚୈତନ୍ୟ ସ୍କୁଲରେ ପଢୁଥିଲେ । ସେଠାରେ ସିନିଅର ଛାତ୍ରମାନେ ତାଙ୍କୁ ରାଗିଂ କରିବା ସହ ମାଡ ମାରି ଗୁରୁତର କରିଦେଇଥିଲେ । ଗୁରୁତର ଅବସ୍ଥାରେ ଶ୍ରେୟସଙ୍କୁ ପ୍ରଥମେ ବିଶାଖାପାଟଣା ଓ ପରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଶ୍ରେୟସର ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ସେଥିରେ ଇଂଟରନାଲ ଇଂଜୁରୀ ସହ ହୃତପିଣ୍ଡରେ ଆଘାତ ଯୋଗୁଁ ଶ୍ରେୟସ ମୃତ୍ୟୁ ଉଲ୍ଲେଖ ରହିଛି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।