ପଦଯାତ୍ରାରେ ଦିଲ୍ଲୀରୁ ଆସି  ଓଡ଼ିଶା ପହଞ୍ଚିଥିବା ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କୁ ସ୍ୱାଗତ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

.

Published On: Jan 13, 2018 04:26 PM IST |   111

ଭୁବନେଶ୍ୱର: ଭାରତର ପ୍ରମୁଖ ସନ୍ଥ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣଙ୍କ ୨୦୧୪ ରୁ ଦେଶର ରାଜ୍ୟଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାଜ୍ୟ ରାଜଧାନୀ ଭୁବନେଶ୍ୱର ପହଞ୍ଚିଛି।ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ୱାଗତ କରିଛନ୍ତି ।

ରାଜ୍ୟଧାନୀ ଉପକଣ୍ଠରେ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କୁ ସ୍ୱାଗତ କରିଛନ୍ତି । ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତା ନେଇ ସାରା ଦେଶ ପାଦରେ ଆଚାର୍ଯ୍ୟଜୀ  ବୁଲୁଛନ୍ତି ତାଙ୍କର ଏହି ଓଡ଼ିଶା ଆଗମନ ନିଶ୍ଚିତ ଭାବେ ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଦୀର୍ଘ ବର୍ଷ ଧରି ପାଦ ରେ ଚାଲି ଚାଲି ମହାଶ୍ରମଣ ଯେଉଁ ମହତ ଉଦେଶ୍ୟ ନେଇ ସେ ଦେଶ ଭ୍ରମଣ କରୁଛନ୍ତି ଏହା ଦେଶ ଓ ରାଜ୍ୟବାସୀଙ୍କୁ ପ୍ରଭାବିତ କରିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ଭୂମି ଓଡ଼ିଶାରେ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣଙ୍କୁ ସମସ୍ତ ଓଡ଼ିଶାବାସୀ ସ୍ୱାଗତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।