ପ୍ରଶାସନିକ ଅନୀୟମିତତା ଅଭିଯୋଗ ଆଣିଥିବା ୪ ସୁପ୍ରିମ କୋର୍ଟ ବିଚାରପତିଙ୍କ କିଛି ଉଲ୍ଲେଖନୀୟ ରାୟ

ପ୍ରଶାସନିକ ଅନୀୟମିତତା ଅଭିଯୋଗ ଆଣିଥିବା ୪ ସୁପ୍ରିମ କୋର୍ଟ ବିଚାରପତିଙ୍କ କିଛି ଉଲ୍ଲେଖନୀୟ ରାୟ

Sid | Published On: Jan 13, 2018 02:24 PM IST |   181

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର ଇତିହାସରେ ପ୍ରଥମ ଥର ଏଭଳି ଦୃଶ୍ୟମାନ ହେଲା କି ସୁପ୍ରିମ କୋର୍ଟର ବିଚାରପତି ଗଣମାଧ୍ୟରେ ନିଜ ଅଭିଯୋଗ ରଖିଲେ । ସୁପ୍ରିମ କୋର୍ଟର ଏହି ପ୍ରମୁଖ ବିଚାରପତିଙ୍କ ମଧ୍ୟରେ ବରିଷ୍ଠତା ଅନୁଯାୟୀ ଜଷ୍ଟିସ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ ଜେ ଚେଲମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ କୁରିୟନ ଯୋସେଫ ଅଛନ୍ତି ।


ଜଷ୍ଟିସ ଜେ ଚେଲମେଶ୍ୱର(୬୪): ଜଷ୍ଟିସ ଚେଲମେଶ୍ୱର ସୁପ୍ରିମ କୋର୍ଟରେ ମୁଖ୍ୟ ବିଚାରପତିଙ୍କ ପରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବରେ ଅବସ୍ଥାପିତ ରହିଛନ୍ତି । ୧୦ ଅକ୍ଟୋବର ୨୦୧୧ରୁ ସର୍ବୋଚ୍ଚ ନ୍ୟାୟାଳୟରେ ସେ ବିଚାରପତି ଦାୟିତ୍ୱ ପ୍ରତିପାଦନ କରୁଥିବାବେଳେ ଚଳିତ ବର୍ଷ ଜୁନରେ ସେ ଅବସର ଗ୍ରହଣ କରିବେ ।
୨) ସୁପ୍ରିମ କୋର୍ଟ ଓ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କଲେଜିୟମ ବ୍ୟବସ୍ଥାର ଘୋର ବିରୋଧୀ ଭାବରେ ଜଷ୍ଟିସ ଚେଲମେଶ୍ୱର ଜଣାଶୁଣା ।
୩) ଜଷ୍ଟିସ ଚେଲମେଶ୍ୱର ରାଷ୍ଟ୍ରୀୟ ନ୍ୟାୟିକ ନିୟୁକ୍ତି ଆୟୋଗ(ଏନଜେଏସି) ସପକ୍ଷବାଦୀ । ୨୦୧୫ରେ ଏହି ଆୟୋଗକୁ ଅସମ୍ବିଧାନିକ ଘୋଷଣା କରିଥିବା ଖଣ୍ଡପିଠରେ ଜଷ୍ଟିସ ଚେଲମେଶ୍ୱର ସାମିଲ ଥିଲେ ମଧ୍ୟ ଖଣ୍ଡପିଠର ରାୟରେ ଅସହମତି ପ୍ରକାଶ କରିଥିଲେ ।  ୪) ଏହା ବ୍ୟତୀତ ଦେଶର ନାଗରିକଙ୍କ ଗୋପନୀୟତାର ଅଧିକାର କ୍ଷେତ୍ରରେ ଗଠିତ ଖଣ୍ଡପିଠରେ ମଧ୍ୟ ଜଷ୍ଟିସ ଚେଲମେଶ୍ୱର ସାମିଲ ଥିଲେ ।


ଜଷ୍ଟିସ ରଞ୍ଜନ ଗୋଗୋଇ (୬୩): ଜଷ୍ଟିସ ରଞ୍ଜନ ଗୋଗୋଇ ଦେଶର ଆସନ୍ନ ମୁଖ୍ୟ ବିଚାରପତି ହେବେ । ଉତ୍ତର ପୂର୍ବାଞ୍ଚର ଅଞ୍ଚଳରୁ ଜଷ୍ଟିସ ଗୋଗୋଇ ପ୍ରଥମ ବିଚାରପତି । ତାଙ୍କ ପିତା କେସି ଗୋଗୋଇ ଆସାମର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ଥିଲେ । ୨) ସାଂସଦୀୟ ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ସମ୍ପତ୍ତି, ଶିକ୍ଷା ଓ ମାମଲା ସମ୍ପର୍କରେ ସମସ୍ତ ତଥ୍ୟ ଅନିବାର୍ଯ୍ୟ ବୋଲି ଦର୍ଶାଇ ଥିବା ଖଣ୍ଡପିଠରେ ମଧ୍ୟ ଜଷ୍ଟିସ ଗୋଗୋଇ ସାମିଲ ଥିଲେ ।
୩) ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଏମ କର୍ଣ୍ଣନଙ୍କୁ କୋର୍ଟର ଅବମାନନା ଦୋଷରେ ୬ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ଖଣ୍ଡପିଠରେ ମଧ୍ୟ ଜଷ୍ଟିସ ଗୋଗୋଇ ସାମିଲ ଥିଲେ ।
୪) ସେହିପରି ଜାଠଙ୍କୁ ପଛୁଆ ବର୍ଗରେ ସାମିଲ କରିବା ମାମଲାରେ ଗଠିତ ଖଣ୍ଡପିଠରେ ମଧ୍ୟ ଜଷ୍ଟିସ ଗୋଗୋଇ ସାମିଲ ଥିଲେ ।


ଜଷ୍ଟିସ ଏମବି ଲୋକୁର(୬୪): ୨୦୧୨ରେ ସୁପ୍ରିମ କୋର୍ଟରେ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ଲୋକୁର ବିନା ଅନୁମତିରେ ପତ୍ନୀଙ୍କ ସହ ସହବାସ କରିବା ବଳାକ୍ରାର ବୋଲି ରାୟ ପ୍ରକାଶ କରିଥିଲେ ।


ଜଷ୍ଟିସ କୁରିୟନ ଯୋଶେଫ (୬୪): ୨୦୧୩ରେ ସୁପ୍ରିମ କୋର୍ଟରେ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ଯୋଶେଫ ଟ୍ରିପଲ ତାଲାକ ପରି ବ୍ୟବସ୍ଥାକୁ ଅସମ୍ବିଧାନିକ ବୋଲି ତାଙ୍କ ରାୟରେ ପ୍ରକାଶ କରିଥିଲେ । ସେହିପରି ବିଚାରପତିଙ୍କ ନିଯୁକ୍ତି ପାଇଁ ଗଠିତ ଜାତୀୟ ନାୟିକ ନିଯୁକ୍ତିକୁ ଅସମ୍ବିଧାନିକ ବୋଲି ଜଷ୍ଟିସ ଯୋଶେଫ ଦର୍ଶାଇ ଥିଲେ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।