ଆଉ ୧୨ ଲକ୍ଷ ଟଙ୍କାର ସିସୋର ଠକେଇ ଜଣାପଡ଼ିଲା

ପ୍ରଶାନ୍ତଙ୍କ ଜାମିନ ଶୁଣାଣି ୧୮କୁ ଘୁଞ୍ଚିଲା

Copy Editor RKD | Published On: Jan 13, 2018 01:59 AM IST |   214

ଢେଙ୍କାନାଳ : ବହୁଚର୍ଚ୍ଚିତ ସିସୋର କମ୍ପାନୀର ମୁଖ୍ୟ ପ୍ରଶାନ୍ତଙ୍କ ଜାମିନ ଆବେଦନ ଶୁଣାଣି ୧୮ ତାରିଖକୁ ଘୁଞ୍ଚିଥିବା ବେଳେ ପୁଲିସ ରିମାଣ୍ଡରେ ନେବା ବେଳେ ପ୍ରଶାନ୍ତଙ୍କ ନାମରେ ଆଉ ୧୨ଲକ୍ଷ ଟଙ୍କାର ଠକେଇ ପ୍ରମାଣ ପୁଲିସର ହସ୍ତଗତ ହୋଇଛି। ପ୍ରଶାନ୍ତଙ୍କ ନାମରେ ୨୦୧୩ ମସିହାରେ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ହାଜତରେ ରଖାଯାଇଥିଲା। ତାଙ୍କର ଆଇନଜୀବୀ ତାଙ୍କୁ ୮ଟି ମାମଲରେ ଜାମିନ୍‌ରେ ମୁକୁଳାଇଥିଲେ। ଜାମିନ୍‌ରେ ଆସିବାର ମାତ୍ର କେଇଘଣ୍ଟା ପରେ ଢେଙ୍କାନାଳ ପୁଲିସ ଦ୍ୱାରା ଗତ ୬ ତାରିଖରେ ପ୍ରଶାନ୍ତ ଗିରଫ ହୋଇଥିଲେ। ପରେ ତାଙ୍କୁ ଢେଙ୍କାନାଳ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ବେଲ୍‌ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଥିବା ବେଳେ ପୁଲିସ ତାଙ୍କୁ ୪ଦିନିଆ ରିମାଣ୍ଡରେ ନେଇଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କର ରିମାଣ୍ଡ ଅବଧି ଥିବାବେଳେ ୧୨ ତାରିଖରେ ଶୁଣାଣି ହେବାକୁ ଥିବା ତାଙ୍କର ଜାମିନ୍‌ ଆବେଦନ ଆସନ୍ତା ୧୮ତାରଖକୁ ଘୁଞ୍ଚି ଯାଇଛି। ଇତିମଧ୍ୟରେ ଢେଙ୍କାନାଳର ବରିଷ୍ଠ ଆଇନଜୀବୀ ଦୀପ୍ତିଶପ୍ରସାଦ ପଟ୍ଟନାୟକ ଅଭିଯୁକ୍ତ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଗୁରୁବାର ଆଉ ଏକ ଅଭିଯୋଗ ୱାନ୍‌ ସିସି-୧୧/୨୦୧୮ରେ ଏକ ମାମଲା ରୁଜୁ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ ପ୍ରଶାନ୍ତ ସିସୋର ସିକ୍ୟୁରିଟି ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ଥିବାବେଳେ ସେ ଢେଙ୍କାନାଳ-ଅନୁଗୋଳ ମଲ୍‌ଟିପର୍ପସ୍‌ କୋ-ଅପରେଟି ସୋସାଇଟ୍‌ ଚିଟ୍‌ ଫଣ୍ଡ ସଂସ୍ଥା ଖୋଲିଥିଲେ। ଏହା ଓଡ଼ିଶା ସେଲ୍‌ହେଲ୍‌ କୋ-ଅପରେଟିଭ୍‌ ଆକ୍ଟ ୨୦୦୧ ଅନୁଯାୟୀ ଏହାକୁ ପଞ୍ଜିକୃତ କରିଥିଲେ। ଜଣେ ଲୋକ ଦୁଇଟି ଲାଭଜନକ ସଂସ୍ଥାର ଦାୟିତ୍ୱ ନିର୍ବାହ କରିବାର ନିୟମ ନ ଥିବାବେଳେ ପ୍ରଶାନ୍ତ କିଭଳି ଭାବେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ଏହି ଦୁଇଟି ସଂସ୍ଥାର ମୁଖ୍ୟ ରହିଥିଲେ ତାହା ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହାଛଡ଼ା ସେଲ୍‌ ହେଲ୍‌ ଗ୍ରୁପ୍‌ ନିୟମ ଅନୁଯାୟୀ ନିଜ ନିଜ ସଭ୍ୟମାନଙ୍କ ମଧ୍ୟରେ ଅର୍ଥ ଆଦାୟ କରିବା ଓ ସେମାନଙ୍କୁ ଅର୍ଥ ଦେବାର ନିୟମ ଥିଲେ ମଧ୍ୟ ଅନେକ ବ୍ୟକ୍ତିଙ୍କୁ ସେ ତାଙ୍କ ଅଜାଣତରେ ବୋର୍ଡ ଅଫ୍‌ ଡାଇରେକ୍ଟର ପଦରେ ରଖିଥିଲେ। ସମ୍ପୂର୍ଣ୍ଣ ଠକେଇ ଉଦ୍ଦେଶ୍ୟରେ ଏହା କରାଯାଇଥିବା କଥା ଶ୍ରୀ ପଟ୍ଟନାୟକ ଦର୍ଶାଇବା ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଛନ୍ତି। ପ୍ରଶାନ୍ତଙ୍କର ରିମାଣ୍ଡର ଅବଧି ସରିଯିବା ଓ ତାଙ୍କ ଜାମିନ୍‌ ଆବେଦନର ଶୁଣାଣି ୧୮କୁ ଘୁଞ୍ଚିଯିବାରୁ ତାଙ୍କୁ ପୁନର୍ବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।