ଶନିବାର ରାଶିଫଳ

ଶନିବାର ରାଶିଫଳ

Copy Editor RKD | Published On: Jan 13, 2018 12:08 AM IST |   320

ମେଷ: ଅସୁସ୍ଥତା ଅନୁଭବ କରିପାରନ୍ତି । ମନ୍ତ୍ରଣାଦାତା ଭାବେ ଖ୍ୟାତି ଅର୍ଜନ କରିବେ । ଧର୍ମାସକ୍ତ ଓ ମତିମାନ୍‌ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁକ ସୁଖ ଭୋଗ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।
ବୃଷ: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ମନରେ ପ୍ରସନ୍ନତା ଆସିପାରେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସୁବର୍ଣ୍ଣ ସୁଯୋଗ ମିଳିବ । ଅବିବାହିତଙ୍କର ମନୋରମାକନ୍ୟା ସହ ବିବାହ ସ୍ଥିର ହେବ ।
ମିଥୁନ: ଆତ୍ମ ବଡ଼ିମା ଦେଖାଇ ପାରନ୍ତି । ପାରିବାରିକ ସୁଖ ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ପାଇ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ କୃପା ପାତ୍ର ହେବେ । ଶତ୍ରୁ ଦମନ କରିବେ ।
କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟି ପାରେ । ମନରେ ଉଦ୍‌ବେଗ ଜାତ ହେବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ଅର୍ଥ ମିଳିବ ।
ସିଂହ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ବନ୍ଧୁ ଦର୍ଶନରେ ସୁଖୀ ହେବେ । ଉଚ୍ଚ ଆଶା ପୂରଣ ହୋଇପାରେ । ପ୍ରୀତିଲାଭ କରିପାରନ୍ତି । କୃଷି କ୍ଷେତ୍ରରୁ ଅଧିକ ଆୟ ଆସିପାରେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
କନ୍ୟା: ଦୃଢ଼ ମନୋବଳ ଗ୍ରହଣ କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି । ସାଧନା ଆପଣଙ୍କୁ ମହାନତା ଦେଇପାରେ । ମନବାଞ୍ଚା ପୂରଣ ହେବ । କୀର୍ତ୍ତିମାନ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ ମିଳି ପାରେ ।
ତୁଳା: ପ୍ରତୀକ୍ଷାର ଅନ୍ତଃ ଘଟିବ । ଧୈର୍ଯ୍ୟବାନ ହୋଇପାରନ୍ତି । ଭାଗ୍ୟରେ ଉନ୍ନତି ଘଟିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଯାନବାହନ ସୁଖ ମିଳିପାରେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳମନା ଓ ହୃଷ୍ଟଚିତ୍ତ ହେବେ ।
ବିଛା: ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଲକ୍ଷ୍ୟ ସ୍ଥାନରେ ପହଞ୍ଚô ପାରନ୍ତି । କର୍ମକୁଶଳତା ପ୍ରକାଶ ପାଇବ । ଚିନ୍ତା ହ୍ରାସ ହୋଇପାରେ । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଧନୁ: ଦିନସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି । ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଅସୁସ୍ଥତାର ଉପଶମ ହୋଇପାରେ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସ୍ୱାଭିମାନୀ ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି ।
ମକର: ଉଦାର ମନୋଭାବ ଗ୍ରହଣ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଲୋକପ୍ରିୟତା ବୃଦ୍ଧି ହେବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
କୁମ୍ଭ: ସୌଜନ୍ୟତା ପ୍ରକାଶ ପାଇବ । ଖାଦ୍ୟ ପେୟରେ ତୃପ୍ତିଲାଭ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଧୈର୍ଯ୍ୟବାନ ହେବେ । ପାରିବାରିକ ସ୍ନେହ ଅବ୍ୟାହତ ରହିବ । ଔଷଧ ବ୍ୟବସାୟରୁ ଲାଭ ମିଳିବ ।
ମୀନ: ଲୋକ ସଂପର୍କ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଯଶସ୍ୱୀ ହୋଇପାରନ୍ତି । ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଅର୍ଥ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପ୍ରିୟତମା ପ୍ରତି ମମତା ବୃଦ୍ଧି ହେବ । ସୁଖୀ ହେବେ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।