ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଲଗାଇବେ ଘଣ୍ଟା !

ଘରର କେଉଁ ଦିଗରେ ଘଣ୍ଟା ଟାଙ୍ଗିବା ଶୁଭ ଅଟେ ! ଏହାକୁ ନେଇ କଣ ରହିଛି ବାସ୍ତୁଶାସ୍ତ୍ରରେ ନିୟମ

Published On: Jan 12, 2018 05:38 PM IST | Updated On: Jan 12, 2018 05:47 PM IST |   2036

ଦାମିକିଆ ଘଣ୍ଟା ପିନ୍ଧିବା ଦ୍ବାରା ସମୟ ବଦଳେ ନାହିଁ କିମ୍ବା ଦିନ ମଧ୍ୟ ବଦଳେନି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଆପଣଙ୍କ ଭାଗ୍ୟ ବଦଳାଇ ଦେଇ ପାରେ । ଘରେ ଘଣ୍ଟା ଟାଙ୍ଗିବା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବକୁ ପଡେ, ଯାହା ଆପଣଙ୍କ ସମୟକୁ ଭଲ ବା ଖରାପ କରିପାରେ । ତେବେ ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଘଣ୍ଟା ଟାଙ୍ଗିଲେ ଆପଣଙ୍କର ଆଗମୀ ସମୟ ଶୁଭ ଏବଂ ସୁଖମୟ ହେବ ।

ବାସ୍ତୁଶାସ୍ତ୍ରରେ ଘରର ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି କୁହାଯାଇଛି । ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଆପଣଙ୍କ ପ୍ରଗତି ଧୀର ହୋଇପାରେ । ଦକ୍ଷିଣ ଦିଗ ଘରର ମୁଖିଆଙ୍କ ପାଇଁ ବୋଲି ଗ୍ରହଣ କରାଯାଇଛି । ତେଣୁ ଦକ୍ଷିଣ ଦିଗରେ ଘଣ୍ଟା ଟାଙ୍ଗିଲେ ଘର ମୁଖିଆଙ୍କ ସ୍ବାସ୍ଥ୍ୟାବସ୍ଥାରେ ହାନି ଘଟିପାରେ ।

ଘରର ମୁଖ୍ୟ ଫାଟକ ଉପରେ ଘଣ୍ଟା ଲଗାଇବା ଅନୁଚିତ୍ । ଏପରି କରିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ଅଶାନ୍ତି ବଢିଥାଏ ।  ଫଳରେ ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଘରର ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗରେ ଲଗାଇବା ଘଣ୍ଟା ଉଚିତ୍ । ପୂର୍ବ ଦିଗରେ ଘଣ୍ଟା ଲାଗିଲେ ଘରର ବାତାବରଣ ସୁସ୍ଥ ହେବା ସହ ଶୁଭ ମଧ୍ୟ ହୋଇଥାଏ । ପଶ୍ଚିମ ଦିଗରେ ଘଣ୍ଟା ରହିଲେ ପରିବାର ସଦସ୍ୟଙ୍କ ଉନ୍ନତି ଘଟିଥାଏ । ଉତ୍ତର ଦିଗରେ ଘଣ୍ଟା ଟାଙ୍ଗିଲେ ଘରେ ଆର୍ଥିକ ଅନଟନ ଦେଖା ଯାଏନାହିଁ ।

ଘରେ ବନ୍ଦ ଘଣ୍ଟାକୁ ବିଲକୁଲ ରଖନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ଏହା ସହ ଘଣ୍ଟାରେ ଯେପରି ଧୂଳି ଜମିବ ନାହିଁ ସେ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।  

ହାତର ପିନ୍ଧୁଥିବା ଘଣ୍ଟାକୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ଚିନ୍ତାଧାରା ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିବା ସହ ସ୍ବଭାବରେ ପରିବର୍ତ୍ତନ ହୋଇଥାଏ ।

ଘରେ ସବୁଜ ବା ନାରଙ୍ଗି ରଙ୍ଗର ଏବଂ ଦୋକାନରେ କଳା ବା ଗାଢ ନୀଳ ରଙ୍ଗର ଘଡି ଲଗାନ୍ତୁ ନାହିଁ ।

ଡ୍ରଇଙ୍ଗ ରୁମ ଓ ବେଡ ରୁମରେ ଗୋଲକାର ଆକାରର ଘଡି ଲଗାନ୍ତୁ । ଏପରି କରିବା ଦ୍ବାରା ଘରେ ଶାନ୍ତି ଏବଂ ପରସ୍ପର ମଧ୍ୟରେ ପ୍ରେମ ବୃଦ୍ଧି ପାଇଥାଏ ।

 ଘଣ୍ଟାର ସମୟକୁ ସର୍ବଦା ଠିକ୍ ରଖନ୍ତୁ । ସମୟ ଆଗୁଆ ବା ପଛୁଆ ରଖିବା ଦ୍ବାରା ପରିବାର ସଦସ୍ୟଙ୍କ ଅନିଷ୍ଟ ହୋଇଥାଏ ।  

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।