ଇନ୍ଦିରାଙ୍କ ଭୂମିକାରେ ବିଦ୍ୟା

.

Published On: Jan 12, 2018 01:55 PM IST | Updated On: Jan 12, 2018 01:59 PM IST |   462


ଜାନୁଆରୀ ୧ରେ ବିଦ୍ୟା ବାଲାନ୍ ୩୯ ବର୍ଷରେ ପାଦ ଥାପିଛନ୍ତି । ଏହି ବର୍ଷଟି ତାଙ୍କ ପାଇଁ ଖୁବ୍ ଶୁଭ ବୋଲି ଏବେ ଚାରିଆଡ଼େ କହି ବୁଲୁଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ । କାରଣ ତାଙ୍କ ହାତରେ ଏବେ ଗୋଟିଏ ଦମଦାର ଅଫର୍ ଅଛି । ସାଗରିକା ଘୋଷ ନିର୍ଦେଶିତ ‘ଇନ୍ଦିରା’ ଚଳଚ୍ଚିତ୍ରରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୀବନୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହେବ । ବିଦ୍ୟାଙ୍କୁ ଇନ୍ଦିରାଙ୍କ ଚରିତ୍ରରେ ଦେଖିବାକୁ ମିିଳିବ । ଏ ବାବଦରେ ସେ କହିଛନ୍ତି, ମୋ ପାଇଁ ଏହା ସବୁଠୁ ବଡ଼ ସୌଭାଗ୍ୟ। ଚଳଚ୍ଚିତ୍ରର ସୁଟିଂ ଫେବୃଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହେବ । ତେବେ ଏହା ପୂର୍ବରୁ ବିଦ୍ୟାଙ୍କୁ ନିଜ ଓଜନ କମ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏବେ ଠୁଁ ବିଦ୍ୟା କାମରେ ଲାଗିପଡ଼ିଲେଣି । ଅଭିନୟ କ୍ୟାରିୟରରେ ଶୀର୍ଷରେ ଥିବା ବିଦ୍ୟାଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ ସେଭଳି ଭଲରେ ଗତି କରୁନାହିଁ ବୋଲି ପ୍ରକାଶ । ନିର୍ଦେଶକ ସିଦ୍ଧାର୍ଥ ରାୟ କପୁରଙ୍କୁ ୨୦୧୨ରେ ବିବାହ କରିଥିଲେ ବିଦ୍ୟା, ହେଲେ ଏପର୍ୟ୍ୟନ୍ତ ସନ୍ତାନର ସୌଭାଗ୍ୟ ମିଳି ନ ଥିବାରୁ ବିଦ୍ୟାଙ୍କ ପରିବାରଲୋକେ ଚିନ୍ତିତ । ବିଦ୍ୟା କିନ୍ତୁ ଏହାକୁ ଉଡ଼ାଖବର ବୋଲି କହି ବୁଲୁଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।