ଶୁକ୍ରବାର ରାଶିଫଳ

ଶୁକ୍ରବାର ରାଶିଫଳ

Copy Editor RKD | Published On: Jan 12, 2018 12:06 AM IST |   1736

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅବସ୍ଥା ଚକ୍ରରେ ପଡ଼ି ଈର୍ଷା ପରାୟଣ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭବାନ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ବୃଷ: ଉଚ୍ଚ ଆଶା ଫଳବତୀ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ଧୈର୍ଯ୍ୟବାନ୍‌ ହେବେ । ଶାନ୍ତ ସ୍ୱଭାବର ହୋଇପାରନ୍ତି । ପନôୀଙ୍କ କଥା ମାନି ଚଳିବାକୁ ବାଧ୍ୟ ହେବେ ।
ମିଥୁନ: ଚିନ୍ତାଗ୍ରସ୍ତ ହେବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଶରୀର ସୁସ୍ଥ ରହିବ । ବଳବାନ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ମିଳିବ ।
କର୍କଟ: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ତେଜସ୍ୱୀ ହେବେ ।
ସିଂହ: ସାମୟିକ ଭାବେ ଆତ୍ମ ଗୋପନ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କ୍ଷେତ୍ରରୁ ଆୟ ହେବ । ବୁଦ୍ଧିମାନ ହେବେ ।
କନ୍ୟା: ବିବାଦୀୟ ଘଟଣାରେ ବିଜୟୀ ହେବେ । ଚିତ୍ତ ପ୍ରସନ୍ନତା ଦେଖାଦେବ । ପ୍ରେମୀ ଓ ସାହସୀ ହେବେ । ମଧୁରଭାଷୀ ହେବେ । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ ।
ତୁଳା: ସ୍ୱାଧୀନ ଚିନ୍ତାଧାରାରେ ଚଳିବା କଷ୍ଟସାଧ୍ୟ ଥିବାରୁ ପରାଶ୍ରୟ ହୋଇପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟି ଧନାଗମ ହେବାର ସୂଚନା ମିଳୁଛି । ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଶକ୍ତିମାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ମନ ବଳାଇବେ । ମାଲି ମୋକଦ୍ଦମାରେ ବିଜୟୀ ହେବା ସହିତ ଧନ ଅର୍ଜନ କରିପାରନ୍ତି ।
ଧନୁ: ବ୍ୟୟାଧିକ ହୋଇପାରେ । ଚଞ୍ଚଳ ସ୍ୱଭାବର ହେବେ । କଥାଶୈଳୀରେ ଅନ୍ୟମାନଙ୍କ ମନ କିଣି ପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହୋଇପାରନ୍ତି । ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ ।
ମକର: ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ରାଜଦ୍ୱାରେ ସମ୍ମାନିତ ହୋଇପାରନ୍ତି ।
କୁମ୍ଭ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ କୁଟୁମ୍ବ ପ୍ରତି ସ୍ନେହ ଭାବ ରହିବ । ବିଭାଗୀୟ ଅର୍ଥ ମିଳିବ ।
ମୀନ: ପଡ଼ୋଶୀଙ୍କ ସହ ସଦ୍‌ଭାବ ସମ୍ପନ୍ନ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ତୀର୍ଥ ଯାତ୍ରା କରିପାରନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।