ଓଡ଼ିଶା ରାଜସ୍ୱ ଓ ବଜେଟ

.

Published On: Jan 10, 2018 11:29 PM IST | Updated On: Jan 11, 2018 06:54 PM IST |   50

ଓଡ଼ିଶାର ଆର୍ଥିକ ସ୍ଥିତି ଅପେକ୍ଷାକୃତ ଭଲ ଅବସ୍ଥାରେ ପହଞ୍ଚିଛି। ଗତବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷରେ ରାଜସ୍ବ ସଂଗ୍ରହ ପରିମାଣରେ ୨୩ ଶତାଂଶରୁ ଊର୍ଦ୍ଧ୍ବ ଅଭିବୃଦ୍ଧି ନିଶ୍ଚୟ ଏକ ବଡ଼ ଉପଲବ୍ଧି। ନିରନ୍ତର ଉଦ୍ୟମ ଓ ତତ୍ପରତା ଯୋଗୁଁ ରାଜ୍ୟ ସରକାର ଏହି ସଫଳତା ହାସଲ କରିଛନ୍ତି ତଥାପି ଏହାକୁ ସନ୍ତୋଷଜନକ ନଭାବି ସରକାର ଏହାକୁ ୫୦ ଶତାଂଶରେ ପହଞ୍ଚାଇବାକୁ ଉଦ୍ୟମ କରିବା ଆବଶ୍ୟକ। ବଡ଼କଥା ହେଉଛି ଉଭୟ ଟିକସ ଓ ଅଣ-ଟିକସ ରାଜସ୍ବ ଆଦାୟ ବଢ଼ିଛି। ଖଣିକ୍ଷେତ୍ର ଏବଂ ପାରାଦ୍ବୀପ ପେଟ୍ରୋକେମିକାଲ୍ସରୁ ଏହି ସମୟ ମଧ୍ୟରେ ସବୁଠୁ ଅଧିକ ରାଜସ୍ବ ଆସିଛି। ଜିଏସଟି ପ୍ରଚଳନ ପରେ ଟିକସ ବୃଦ୍ଧି କରି ରାଜସ୍ବ ବଢ଼ାଇବାର ସୁଯୋଗ ରାଜ୍ୟ ସରକାରଙ୍କ ପାଖରେ ବିଶେଷ ନାହିଁ। ତେଣେ ବେତନ କମିସନ ବାବଦ ଦେୟ, ନିଜସ୍ବ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଅଗ୍ରାଧିକାର କ୍ଷେତ୍ର ପାଇଁ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ତା’ଛଡ଼ା ସରକାରଙ୍କ ବିଭିନ୍ନ ବାବଦ ବ୍ୟୟ ମଧ୍ୟ ପ୍ରତିବର୍ଷ ବଢ଼ୁଛି। ତେଣୁ ରାଜସ୍ବ ଆଦାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ହେବ।

ଚଳିତବର୍ଷ ନିର୍ବାଚନ ବର୍ଷର ବଜେଟ ସରକାରଙ୍କୁ ପ୍ରସ୍ତୁତ କରିବାକୁ ହେବ। ସେ ଦୃଷ୍ଟିରୁ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଚଳାଇ ରଖିବା ସହ ଆଉ କିଛି ଲୋକ ଦେଖାଣିଆ କାର୍ଯ୍ୟକ୍ରମ ହାତକୁ ନେବାକୁ ସରକାର ବାଧ୍ୟ ହୋଇପାରନ୍ତି। ସେଥିପାଇଁ ସମ୍ବଳ ହିଁ ସବୁଠୁ ବଡ଼ କଥା। ଏଭଳି ପରିସ୍ଥିତିରେ ସରକାର ବଜେଟରେ କି ପ୍ରକାର ଅଭିନବତା ଆଣିବେ ଓ ନିର୍ବାଚନ ବର୍ଷର ରାଜନୈତିକ ଆବଶ୍ୟକତା ପୂରଣ କରିବେ ତାହା କହିବା ସହଜ ନୁହେଁ। ଅନେକ କଲ୍ୟାଣକାରୀ ଯୋଜନା ଅର୍ଥାଭାବରୁ ଅଟକି ଯାଇଛି କିମ୍ବା ଦରମରା ଅବସ୍ଥାରେ ଅଛି ସେହି ସବୁ କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅଧିକ ବ୍ୟୟବରାଦ କରିବାକୁ ହେବ। ତେଣୁ ବଜେଟକୁ ବେଶୀ ବଡ଼ ନ’କରି ଅଗ୍ରାଧିକାର କ୍ଷେତ୍ର ପ୍ରତି ବି​‌େ​ଶଷ ଧ୍ୟାନଦେବା ସହ ସମ୍ବଳ ଆବଶ୍ୟକତା ପୂରଣ କରିବାକୁ ସରକାର ସଂଗଠିତ ପାଣ୍ଠି ଓ ଏହା ବାହାରେଥିବା ଅର୍ଥକୁ ବିନିଯୋଗ କରି ନିର୍ବାଚନ ବର୍ଷର ବଜେଟ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇପାରନ୍ତି। କେଉଁ ବିଭାଗ ଓ କ୍ଷେତ୍ରକୁୁ କେତେ ଟଙ୍କା ଦିଆଯିବ ସେଥିପାଇଁ ଅବଶ୍ୟ ସରକାରଙ୍କୁ ରାଜନୈତିକ ଅଙ୍କ କଷିବାକୁ ପଡ଼ିବ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।