ଅବସରପ୍ରାପ୍ତ ଡ଼ାକ୍ତରଙ୍କ ଭରସାରେ ଚାଲିବ ଭୁବନେଶ୍ୱର ଏମ୍ସ

ଅବସରପ୍ରାପ୍ତ ଡ଼ାକ୍ତରଙ୍କ ଭରସାରେ ଚାଲିବ ଭୁବନେଶ୍ୱର ଏମ୍ସ

Copy Editor AH | Published On: Jan 07, 2018 11:19 PM IST |   631


ଭୁବନେଶ୍ୱର : ଓଡ଼ିଶା ଏବଂ ପଡୋଶୀ ରାଜ୍ୟର ଲୋକମାନଙ୍କୁ କମ୍‌ ଖର୍ଚ୍ଚରେ ଉତ୍ତମ ଚିକତ୍ସା ଯୋଗାଇ ଦେବା ପାଇଁ ଭୁବନେଶ୍ୱରରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ପ୍ରତିଷ୍ଠା କରାଯାଇଥିଲା । ତେବେ ଅଧିକ ଖର୍ଚ୍ଚ ହେଉଥିବା ଚିକିତ୍ସାର ଶସ୍ତା ତଥା ବିକଳ୍ପ ଚିକିତ୍ସା ଯୋଗାଇ ଦେଉଥିବା ଏମ୍ସରେ ଏବେ ଅବସରପା୍ରପ୍ତ ଡ଼ାକ୍ତରଙ୍କ ମାାଧ୍ୟମ ରେ ସେବା ଯୋଗାଇଦେବା ପାଇଁ ନିଷ୍ପତ୍ତି ହୋଇଛି । ଅବସରପ୍ରାପ୍ତ ବିଶେଷଜ୍ଞ ଡ଼ାକ୍ତରମାନଙ୍କୁ ଏଠାରେ ନିଯୁକ୍ତି ଦିଆଯିବ ଏବଂ ସେମାନଙ୍କୁ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର କୁହାଯିବ । ଏମ୍ସର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ଯେ ଭୁବନେଶ୍ୱର ସମେତ ୬ ଏମ୍ସ ପାଇଁ ୧୩୦୦ରୁ ୨୦୦ ପଦବୀ ପୂରଣ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ, ୨୦୦୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭୁବନେଶ୍ୱର ଏମ୍ସର ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସର ଦଶ ବର୍ଷ ପରେ ୨୦୧୩ ଜୁଲାଇ ୧୫ ତାରିଖରେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁଲାମନବୀ ଆଜାଦ ଏହାର ଉଦଘାଟନ କରିଥିଲେ । ତେବେ ଏହାର ଶ୍ରେୟ ନେବା ପାଇଁ ସେତେବେଳେ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଥିଲା ।

ସେତେବେଳେ ମାତ୍ର ୩୦ଜଣ ଫ୍ୟାକଲ୍ଟି ଯୋଗ ଦେଇଥିଲେ ଏବଂ ୧୦୦ରୁ ୧୪୦ଜଣ ରୋଗୀଙ୍କୁ ବର୍ହି ବିଭାଗରେ ଚିକିତ୍ସା କରାଯାଉଥିଲା । ଉଦଘାଟନ ହେବାର ଚାରିବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏମ୍ସ ସଂମୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏଠାରେ ସିନିୟର ରେସିଡେଣ୍ଟ ଡ଼ାକ୍ତରଙ୍କ ଅଭାବ ରହିଛି । ୩୪ଟି ବିଭାଗ ପାଇଁ ଥିବା ୨୩୬ଟି ସିନିୟର ରେସିଡେଣ୍ଟ ଡ଼ାକ୍ତରଙ୍କ ପଦବୀ ପୂରଣ ଲାଗି ପ୍ରକ୍ରି୍ରୟା ଜାରି ରହିଛି । ବର୍ତମାନ ୧୩୭ ଜଣ ଫ୍ୟାକଲ୍ଟି ଏବଂ ୧୫୦ ଜଣ ସିନିୟର ରେସିଡେଣ୍ଟ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି । ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମୋଟ୍‌ ଚାରି ହଜାର କର୍ମଚାରୀଙ୍କର ଆବଶ୍ୟକତା ରହିଛି । ଯେଉଁମାନଙ୍କ ମଧ୍ୟରେ ୩୧୦ ଫ୍ୟାକଲ୍ଟି, ୬୦୦ ରେସିଡେଣ୍ଟ ଡ଼ାକ୍ତର, ୨,୦୦୦ ନର୍ସ ଏବଂ ଏକ ହଜାର ଅନ୍ୟ କର୍ମଚାରୀ ଆବଶ୍ୟକ, ତେବେ ଏମାନଙ୍କର ନିଯୁକ୍ତି କଚ୍ଛପ ଗତିରେ ଚାଲିଛି । ତେବେ ଡିସେମ୍ବର ସୁଦ୍ଧା ବିଭିନ୍ନ ପ୍ରକାରର ଦୂରାରୋଗ୍ୟ ବେମାରୀ ପାଇଁ ୪୦୦ ଶଯ୍ୟା ପ୍ରସ୍ତୁତ କରିବା ପାଇଁ ଏମ୍ସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛିି । କିନ୍ତୁ ରେଡିଓଥୋରାପି, ନେଫ୍ରୋଲୋଜି, କାର୍ଡିଓ ଭାସ୍କୁଲାର, ଗ୍ୟାଷ୍ଟ୍ରୋଇଣ୍ଟ୍ରାଇଟିସ ବିଭାଗରେ କାର୍ଯ୍ୟ ହେଉ ନାହିଁ । ବାୟୋ-ମେଡିକାଲ ବର୍ଜ୍ୟ ପରିଚାଳନା ଏକ ଏନଜିଓ ମାଧ୍ୟମରେ ଚାଲିଛି ।

ଦୈନିକ ଏକ ହଜାରରୁ ଅଧିକ ରୋଗୀଙ୍କୁ ବର୍ହି ବିଭାଗ(ଓପିଡି)ରେ ଚିକିତ୍ସା କରାଯାଉଛି । ଆସନ୍ତା ମାସ ସୁଦ୍ଧା ଏହା ତିନି ହଜାରକୁ ବଢିବାର ସମ୍ଭାବନା ରହିଛି ବୋଲି ଜଣେ ପ୍ରଶାସକ ସୂଚନା ଦେଇଛନ୍ତି । ଅସ୍ଥି ଶଲ୍ୟ, କର୍କଟ, ଦୃଦରୋଗ, ସ୍ନାୟୁରୋଗ, ଭେଷଜ, ସର୍ଜରୀ, ଚର୍ମ ରୋଗର ଓପିଡି ନିୟମିତ ଚାଲୁଛି ଏବଂ ଯେଉଁଥିରେ ଅଧିକ ରୋଗୀଙ୍କୁ ଦେଖିବାକୁ ମିଳୁଛି । ପାଖାପାଖି ୪୦୦ ଅନ୍ତର୍ବିଭାଗ ରୋଗୀଙ୍କ ପାଇଁ ଶଯ୍ୟା, ଚିକିତ୍ସା ଉପକରଣକୁ ନେଇ ଅପରେସନ ଥିଏଟର, ଡାକ୍ତରୀ ଛାତ୍ରଙ୍କ ପାଇଁ ଶ୍ରେଣୀ ଗୃହର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ୩୦ କୋଟି ଟଙ୍କା ବ୍ୟୟରେ ରେଡିଓ ଥେରାପି ମେସିନ ବା ଗାମା କ୍ୟମୋରା ସ୍ଥାପନ କରିବାର କାମ ଚାଲୁ ରହିଛି । ୧୦ଟି ଅପରେସନ ଥିଏଟର ମାଧ୍ୟମରେ ରୋଗୀମାନଙ୍କର ଜରୁରୀ ଅପରେସନ କରାଯାଉଛି । ଏହା ବ୍ୟତୀତ ନଭେମ୍ବର ସୁଦ୍ଧା ରୋଗୀମାନଙ୍କୁ ୨୦ଟି ବହୁମୁଖୀ ଅପରେସନ ଥିଏଟରର ସୁବିଧା ମିଳିପାରିବ । ଏମ୍ସର ୩୦ଟି ବିଭାଗ ଏବଂ ୩ ସୁପରସ୍ପେସିଆଲିଟି ପାଇଁ ୧୩୦ ଫ୍ୟାକଲ୍ଟି ନିଯୁକ୍ତି ହେବାର ଅଛି । ବିଗତ ବର୍ଷ ୨୫୦ ଫ୍ୟାକଲ୍ଟି ନିଯୁକ୍ତି କରିବାର ଥିଲା ତେବେ ସେଥି ମଧ୍ୟରୁ ୧୦୦ ଜଣଙ୍କ ନିଯୁକ୍ତି ହିଁ ସମ୍ଭବ ହୋଇଥିଲା । ଦିନକୁ ଅତିକମ୍‌ରେ ଅଢେଇ ହଜାର ରୋଗୀଙ୍କୁ ଦେଖିବା ପାଇଁ ଉଚ୍ଚସ୍ତରୀୟ ଓପିଡି ବ୍ୟବସ୍ଥା କରାଯାଉଛି । ୧୧ ହଜାର କୋଟି ଟଙ୍କାର ଅତ୍ୟାଧୁନିକ ସିଟି ସ୍କାନ ଅଣାଯାଇଛି ଯେଉଁଥିରେ ଦୁଇ ସେକେଣ୍ଡରେ ବ୍ରେନ ସ୍କାନିଂ ଆଉ ୧୦ ସେକେଣ୍ଡରେ ହାର୍ଟ ସ୍କାନିଂକରାଯାଉଛି । ୮ଟି ଅପରେସନ ଥିଏଟର କାମ କରୁଛି । ୬ ଜେନେରାଲ ଅପରେସନ ଥିଏଟର ସକାଳ ଆଠ ରୁ ରାତି ସାତଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି । ୨୪ ଘଣ୍ଟା ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି । ତେବେ ୨୦୧୨ରେ କାର୍ଯ୍ୟ ଆରମ୍ଭ କରିଥିବା ଏମ୍ସର ଅନ୍ୟ ୫ଟି ଶାଖା ମଧ୍ୟରୁ ଭୁବନେଶ୍ୱର ଏମ୍ସ ବେଶ ଆଗରେ ରହିଛି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।