ମୁହଁରୁ  କଳା ବ୍ରଣ ଭଲ କରିବାର ଘରୋଇ ଉପଚାର

.

Published On: Jan 06, 2018 03:55 PM IST |   2212

ଶୀତ ଦିନେ ଅନେକଙ୍କ ମୁହଁରେ କଳା ବ୍ରଣ ହୋଇଥାଏ । ଏହି ବ୍ରଣ ଟାଣ ହୋଇଥାଏ। ଏଥି ଯୋଗୁଁ ମୁହଁର ସୈନ୍ଦର୍ଯ୍ୟ ନଷ୍ଟ ହୁଏ। କଳା ବ୍ରଣକୁ ଭଲ କରିବା ପାଇଁ ଏକ ସହଜଉପାୟ ରହିଛି। ଘରେ ବ୍ୟବହାର କରୁଥିବା ଦାନ୍ତଘଷା ପେଷ୍ଟରେ ବି କଳା ବ୍ରଣ ଭଲ କରିହେବ । କିଛି ସମୟ ପାଇଁ ମୁହଁକୁ ଉଷୁମ ପାଣିର ବାମ୍ଫ ଉପରେ ଦେଖାନ୍ତୁ। ଏତିକି ବେଳେ ଟିକେ ସାବଧାନ  ରହିବେ । କାରଣ ଅତି ଗରମ ବାମ୍ଫ ହେଲେ କଷ୍ଟ ହୋଇ ପାରେ । ବାମ୍ଫ ନେବା ପରେ ବ୍ରଣ ଟିକେ ନରମ ହୋଇଯିବ । ନରମ ହେବା ପରେ ଦାନ୍ତଘଷା ଟୁଷ୍ଟପେଷ୍ଟରେ ଅଳ୍ପ ଲୁଣ ଲଗାଇ ଏହି ବ୍ରଣ ଉପରେ ଲଗାନ୍ତୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତି । ଶୁଖିଯିବାପରେ ଗୋଲାପଜଳକୁ ନେଇ ଏକ ଛୋଟ କପଡା ଉପରେ ଲଗାଇ ଗୋଲ ଗୋଲ ମାଲିସ କରି ମୁହଁରୁ ପେଷ୍ଟକୁ ଛଡାନ୍ତୁ  । ଏପରି କଲେ କଳା ବ୍ରଣରେ ଥିବା ଟାଣ ତେଲିଆ ଅଂଶ ବାହାରି ଯିବ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।