ଜାଣନ୍ତୁ, ଶୀତ ଋତୁରେ କିପରି ନେବେ ଶିଶୁର ଯତ୍ନ

ଆମେ ପ୍ରଧାନତଃ ଗ୍ରୀଷ୍ମ, ବର୍ଷା, ଶୀତ ଓ ବସନ୍ତ ଆଦି ଚାରିଟି ଋତୁ ଅନୁଭବ କରିଥାଉ  । ପ୍ରତ୍ୟେକ ଋତୁର ନିଜସ୍ୱ ଗୁଣ ରହିଛି  । ବିଭିନ୍ନ ଋତୁର ରୋଗଗୁଡ଼ିକ ଶିଶୁଙ୍କ ଦେହରେ ବାରି ହୋଇଥାଏ  । ପ୍ରତ୍ୟେକ ଋତୁରେ ଉପଯୁକ୍ତ ଭାବରେ ଶିଶୁର ଯତ୍ନ ନେଲେ ସେମାନଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ  । ଫଳରେ ଶିଶୁମାନେ ସୁସ୍ଥ ରହନ୍ତି  । ହେଲେ ଶୀତଦିନେ ଶିଶୁର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ ।

Published On: Jan 02, 2018 01:00 PM IST |   845

ର୍ମରୋଗ : ଶୀତଋତୁରେ ବାୟୁମଣ୍ଡଳ ତାପମାତ୍ରା କମିଯାଇଥାଏ  । ଏହାଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ  । ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ହେତୁ ଚର୍ମ ଶୁଷ୍କ ହୋଇ ଧୂସର ବର୍ଣ୍ଣ ଦେଖାଯାଏ  । ଶୀତଋତୁରେ ଆଲର୍ଜି ହେତୁ ଚର୍ମ କୁଣ୍ଡାଇ ହୋଇଥାଏ  । ଶିଶୁଙ୍କୁ ଏହି ସମୟରେ କାଛୁ ଓ କୁଣ୍ଡିଆ ରୋଗ ଅଧିକ ହୋଇଥାଏ  । ବିଶେଷ କରି ହଷ୍ଟେଲ ଓ ଅଧିକ ଲୋକେ ରହୁଥିବା ଗୃହରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖାଯାଏ  । ହାତ ଓ ପାଦ ଫାଟିବା ମଧ୍ୟ କେତେକାଂଶରେ ହୋଇଥାଏ ।

ଶ୍ୱାସରୋଗ : ଏହା ଭୂତାଣୁ ଜନିତ କିମ୍ବା ଜୀବାଣୁ ଦ୍ୱାରା ହୋଇଥାଏ  । ଇନ୍ଫ୍ଲୁଏଞ୍ଜା ଓ ଆର୍.ଏସ୍.ଭି ଭୂତାଣୁ ଦ୍ୱାରା ଶିଶୁ ଆକ୍ରାନ୍ତ ହୋଇଥାଏ  । ସାମାନ୍ୟ ଥଣ୍ଡା ଜ୍ୱର ଠାରୁ ଆରମ୍ଭ କରି ଅତି ସାଂଘାତିକ ବ୍ରୋଙ୍କିଓଲାଇଟିସ୍ ରୋଗ ଶିଶୁ ଠାରେ ଦେଖାଦେଇଥାଏ  । ଏହି ରୋଗରେ ଶିଶୁ ଖୁବ୍ ଦ୍ରୁତ ଗତିରେ ନିଶ୍ୱାସ ନେଇଥାଏ  । ମା’ ଠାରୁ ଖାଦ୍ୟ ଖାଇପାରେ ନାହିଁ  । ୨ ବର୍ଷରୁ କମ୍ ଶିଶୁଙ୍କୁ ଏହା ଅଧିକ ଦେଖାଯାଇଥାଏ  । ନାକରୁ ପାଣି ବାହାରିବା ସହ ପୂର୍ବରୁ ଥିବା ଶ୍ୱାସ ରୋଗ ଅଧିକ ବୃଦ୍ଧି ପାଇଥାଏ । ଛିଙ୍କ ଏହି ସମୟର ସାଧାରଣ ରୋଗ  ।

ଟନ୍ସିଲ ଓ ଗଳା ପ୍ରଦାହ : ଶତକଡ଼ା ୧୫ରୁ ୨୫ ଶିଶୁକୁ ଷ୍ଟ୍ରେପ୍ଟୋ କୋଙ୍କସ୍ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ । ଅନ୍ୟ ଶିଶୁଙ୍କ କ୍ଷେତ୍ରରେ ଭୂତାଣୁ ଦ୍ୱାରା ଗଳାପ୍ରଦାହ ହୋଇଥାଏ; ଯାହାକି ଆଣ୍ଟିବାଇଟିକ୍ ଦରକାର କରେ ନାହିଁ । ଷ୍ଟ୍ରେପ୍ଟୋ କୋକସ୍ ଜୀବାଣୁ ଜନିତ ଗଳାପ୍ରଦାହ ଦ୍ୱାରା ରୁ୍ୟମାଟିକ୍ ଗଣ୍ଠିବ୍ୟଥା କାରଣରୁ ହୃଦ୍ରୋଗ ହୋଇଥାଏ  ।

ତରଳଝାଡ଼ା : ଛଅମାସରୁ ତିନିବର୍ଷ ବୟସର ଶିଶୁଙ୍କୁ ବାନ୍ତି ଝାଡ଼ା ଦେଖାଯାଇଥାଏ  । ଏହା କୌଣସି ଔଷଧ ଦ୍ୱାରା ଭଲ ହୋଇ ନଥାଏ  । କେବଳ ଓଆରଏସ୍ ଓ ଜିଙ୍କ ଔଷଧ ଦ୍ୱାରା ଧୀରେ ଧୀରେ ଭଲ ହୋଇଥାଏ  । ଏହାକୁ ବାଛୁରା ଝାଡ଼ା, ପତ୍ରଝଡ଼ିଝାଡ଼ା ବା ଚୁର୍ଣ୍ଣା ବାଛରା କୁହାଯାଏ  । ଅଧିକାଂଶ ଝାଡ଼ା ବାନ୍ତି ରୋଗ  ଭୂତାଣୁ ଜନିତ ହୋଇଥାଏ  ।

ଗଣ୍ଠିବ୍ୟଥା : ଶୀତ ଋତୁର ଗଣ୍ଠିବ୍ୟଥା ଅତ୍ୟଧିକ ହୋଇଥାଏ  । ରକା ପଶିବା, ମଧ୍ୟ ଶୀତଦିନର ରୋଗ  ।

ମାନସିକ ଅବସାଦ : କେତେକ ବୟସ୍କ ଶିଶୁଙ୍କ ଠାରେ ଶୀତ ଋତୁ ମାନସିକ ଅବସାଦ ଆଣିଥାଏ  ।

ଚିକିତ୍ସା : ଋତୁଚକ୍ର ଅନୁଯାୟୀ, ପୃଥିବୀକୁ ଋତୁଙ୍କ ଆଗମନ ନିଶ୍ଚୟ ହେବ । ଏଣୁ ଶିଶୁଙ୍କୁ କେବଳ ଔଷଧ ନଦେଇ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ଦରକାର । ଅଧିକ ଶକ୍ତିକାରକ ଖାଦ୍ୟ, ଭିଟାମିନ ‘ସି’, ପଶମ ପୋଷାକ ଦ୍ୱାରା ଶିଶୁଙ୍କୁ ଥଣ୍ଡା ଦାଉରୁ ରକ୍ଷା କରିହେବ । ରୋଗୀଙ୍କ ଠାରୁ ଦୂରେଇ ରଖିବା ଆବଶ୍ୟକ । ରୋଗ ସମୟରେ ସେମାନଙ୍କୁ ସ୍ନେହବୋଳା କଥା କହି ସେମାନଙ୍କର ମାନସିକ ସନ୍ତୁଳନ ରକ୍ଷା କରିବା ଉଚିତ  । ଇନ୍ଫ୍ଲୁଏଞ୍ଜା ଟିକା ଛଅମାସରୁ ଉଦ୍ଧ୍ୱର୍ ଶିଶୁଙ୍କୁ ଦିଆଯାଇ ପାରେ  । ଶିଶୁ ରହୁଥିବା ଗୃହରେ ରୁମ୍‌ହିଟର କିମ୍ବା ୨୦୦୦ ୱାଟ ବଲବ୍ ଜଳାଇ ଉଷୁମ ରଖାଯାଇପାରେ  । ଶୀତଦିନେ ସାଧାରଣତଃ କୁହୁଡ଼ି, ଧୂଅାଁ ଓ ଧୂଳି ଠାରୁ ପିଲାଙ୍କୁ ଦୂରେଇ ରଖିବା ଆବଶ୍ୟକ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।