ପୃଥିବୀର ରକ୍ଷା ପାଇଁ ବହୁତ୍‌ କମ ସମୟ ଅଛି : ବୈଜ୍ଞାନିକ ସମୂହ

ପୃଥିବୀର ରକ୍ଷା ପାଇଁ ବହୁତ୍‌ କମ ସମୟ ଅଛି : ବୈଜ୍ଞାନିକ ସମୂହ

Copy Editor | Published On: Nov 15, 2017 06:48 AM IST | Updated On: Nov 15, 2017 06:53 AM IST |   3991

ମେଲବର୍ଣ୍ଣ : ପୃଥିବୀକୁ ରକ୍ଷା କରିବା ପାଇଁ ବହୁତ୍‌ କମ ସମୟ ଅଛି ବୋଲି ବିଶ୍ୱର ଏକ ବଡ଼ ବୈଜ୍ଞାନିକ ସମୂହ ଚେତାବନୀ ଦେଇଛନ୍ତି । ତୁରନ୍ତ କିଛି କରାନଗଲେ ପୃଥିବୀକୁ ଏକ ବଡ଼ଧରଣର ବିନାଶର ଶିକାର ହେବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବୁଧବାର ଦିନ ବିଶ୍ୱର ୧୮୪ ଦେଶର ପ୍ରାୟ ୧୫ ହଜାର ବୈଜ୍ଞାନିକ ବାୟୋସାଇନ୍ସ ଜର୍ଣ୍ଣାଲ ଆଣ୍ଡ ଆର୍ଟିକିଲ୍‌ ‘ୱାର୍ଲ୍ଡ ସାଇଣ୍ଟିଷ୍ଟ ୱାର୍ଣ୍ଣିଂ ଟୁ ଦି ହ୍ୟୁମାନିଟି : ଏ ସେକେଣ୍ଡ ନୋଟିସ’ ଶୀର୍ଷକ ଉପରେ ଦସ୍ତଖତ କରିଥିଲେ । ପୃଥିବୀକୁ ନେଇ ଏହା ବିଶ୍ୱର ସବୁଠାରୁ ବଡ଼ ସମ୍ମିଳନୀ । ପ୍ରଧ୍ୟାପକ ୱିଲିୟମ ରିପେଲ ବାୟୋସାଇନ୍ସର ସ୍ତମ୍ଭରେ ଲେଖିଛନ୍ତି ଯେ ପୃଥିବୀକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଦ୍ୱିତୀୟ ନୋଟିସ୍‌ ଦିଆଯାଇସାରିଛି । ଏଥିପାଇଁ ଆମକୁ ପ୍ରତିଦିନର ଦିନଚର୍ଯ୍ୟାକୁ ବଦଳାଇବାକୁ ପଡ଼ିବ । ବୈଜ୍ଞାନିକଙ୍କ କହିବାନୁଯାୟୀ ପୃଥିବୀ ପାଇଁ ଅନେକ ଆହ୍ୱାନ ରହିଛି । ଗଛ କଟା, ଓଜନ ବାୟୁସ୍ତରରେ ରନ୍ଧ୍ର ଓ ଜଳବାୟୁ ପରିବର୍ତ୍ତନକୁ ନେଇ ୨୫ ବର୍ଷ ପୂର୍ବରୁ ଚେତାବନୀ ଦିଆସାରିଛି । ଆଜି ଏହିସବୁ ଆହ୍ୱାନକୁ ଅଧ୍ୟୟନ କରାଯିବା ପରେ ଜଣାପଡିଥିଲା ଯେ ଏବେ ଅବସ୍ଥା ଅଧିକ ଖରାପ ହୋଇଯାଇଛି । ବିଶୁଦ୍ଧ ଜଳ ୨୬% ହ୍ରାସ ପାଇଛି । ୩୦୦ ନିୟୁତ ଏକର ଜଂଗଲ କଟାଯାଇସାରିଛି । ଏହି ୨୫ ବର୍ଷ ମଧ୍ୟରେ ସ୍ତନ୍ୟପାୟୀ ଜୀବ ଏବଂ ପକ୍ଷୀ ୨୯% ହ୍ରାସ ପାଇଛନ୍ତି । ମହାସଗରର ଡେଡ ଜୋନ (ମୃତ ଅଞ୍ଚଳ)ରେ ୭୫% ବୃଦ୍ଧି ଘଟିଛି । ଗବେଷଣା ସ୍ତମ୍ଭରେ ଉଲ୍ଲେଖ କରାଯାଇଛି ଯେ ଏବେ ଅବସ୍ଥା ଖରାପ ରହିଛି । କିନ୍ତୁ ଏହାକୁ ଠିକ୍‌ କରାଯାଇପାରିବ । ଜନସଂଖ୍ୟା ବୃଦ୍ଧିକୁ ଯଦି ରୋକାଯାଇପାରିବ, ଆମିଷ ବଦଳରେ ନିରାମିଷ ଖାଇବା ପାଇଁ ଅଭ୍ୟାସ ସୃଷ୍ଟି କରାଯିବ, ସୌରଶକ୍ତିର ବ୍ୟବହାର କରାଯାଏ ତେବେ ଏକ ବଡ଼ଧରଣର ବିପଦରୁ ପୃଥିବୀକୁ ରକ୍ଷା କରାଯାଇପାରିବ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା