ଆତଙ୍କବାଦର ମୁଳୋତ୍ପାଟନ ପାଇଁ ଆସିଆନର ମିଳିତ ଉଦ୍ୟମ ଲୋଡ଼ିଲେ ମୋଦି

ଆତଙ୍କବାଦର ମୁଳୋତ୍ପାଟନ ପାଇଁ ଆସିଆନର ମିଳିତ ଉଦ୍ୟମ ଲୋଡ଼ିଲେ ମୋଦି

Copy Editor | Published On: Nov 15, 2017 01:45 AM IST | Updated On: Nov 15, 2017 01:47 AM IST |   528

ମାନିଲା : ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ଚିହ୍ନଟ କରି ଏହାର ମୁଳୋତ୍ପାଟନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ମଙ୍ଗଳବାର ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ) ସମ୍ମିଳନୀର ରାଷ୍ଟ୍ର ସମୂହକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଞ୍ଚଦଶତମ ଆସିଆନ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ ଯେ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ସହ ଲଢେଇ ପାଇଁ ଆମେ ବ୍ୟକ୍ତିଗତ ଭାବେ କଠିନ କାର୍ଯ୍ୟ କରିଛୁ । ଏବେ ସମୟ ଆସିଛି ଆମେ ସବୁ ରାଷ୍ଟ ମିଳିତ ଭାବେ କାର୍ଯ୍ୟ କରି ଏଭଳି ଆହ୍ୱାନର ମୁକାବିଲା କରିବା । ଏଥିପାଇଁ ସବୁ ରାଷ୍ଟ୍ର ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି । ସେହିପରି ଆଞ୍ଚଳିକ ସୁରକ୍ଷା, ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ଏବଂ ଆଞ୍ଚଳିକ ସ୍ୱାର୍ଥ ପାଇଁ ଭାାରତ ଆସିଆନକୁ ସମର୍ଥନ ଜାରି ରଖିବ ବୋଲି ମୋଦି ପ୍ରକାଶ କରିଥିଲେ । ଏହି ଅବସରରେ ମୋଦି ଭାରତର ଗଣତନ୍ତ୍ର ଦିବସ ପାଇଁ ଆସିଆନର ସଦସ୍ୟ ରାଷ୍ଟ୍ରର ନେତାଙ୍କୁ ଆମନ୍ତ୍ରଣ କରିଥିଲେ । ୧୯୬୭ରେ ଗଠିତ ଆସିଆନରେ ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁରେ, ମିଅାଁମାର, କାମ୍ବୋଡିଆ, ଲାଓସ ଓ ବୃନି ସଦସ୍ୟ ଅଛନ୍ତି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା