ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି

ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି

Copy Editor | Published On: Nov 15, 2017 12:24 AM IST |   224

କଟକ/ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯାଇଛି । ଜଷ୍ଟିସ୍‌ ଶ୍ରୀ ପୂଜାହାରୀଙ୍କ ସମେତ ମେଘାଳୟ ଓ ଦିଲ୍ଲୀ ହାଇକୋର୍ଟର ଆଉ ଦୁଇ ବିଚାରପତିଙ୍କର ମଧ୍ୟ ବଦଳି ହୋଇଛି । ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ସହ ରାଷ୍ଟ୍ରପତିଙ୍କ ବିଚାର ବିମର୍ଶ ପରେ ଏହି ତିନି ବିଚାରପତିଙ୍କ ବଦଳି କରାଯାଇଛି । ମଙ୍ଗଳବାର ଏନେଇ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେଘାଳୟ ହାଇକୋର୍ଟର ବିଚାରପତି ବେଦପ୍ରକାଶ ବୈଶ୍ୟଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିବାବେଳେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଆଶୁତୋଷ କୁମାରଙ୍କୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଛି । ସମସ୍ତଙ୍କୁ ଚଳିତମାସ ୨୮ ତାରିଖ ସୁଦ୍ଧା ନିଜ ନିଜ ସ୍ଥାନରେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଜଷ୍ଟିସ୍‌ ପୂଜାହାରୀ ୧୯୮୬ ମସିହାରେ ଲାଲା ଲଜ୍‌ପତ ରାୟ ଆଇନ କଲେଜରୁ ଡିଗ୍ରୀ ହାସଲ କରିବା ପରେ ପରବର୍ଷ (୧୯୮୭) ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ରେ ଓକିଲାତି ଆରମ୍ଭ କରିଥିଲେ । ୨୦୦୩ ମସିହାରେ ବ୍ରହ୍ମପୁରଠାରେ ଦ୍ୱିତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ରୂପେ ଯୋଗ ଦେଇଥିଲେ । ଏହି ପଦରେ ଥାଇ ସେ ଜୟପୁର, ପୁରୀ ଓ କଟକରେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଶା ସେଲ୍‌ ଟାକ୍ସ ଟ୍ରାଇବୁନାଲର ଅଧ୍ୟକ୍ଷ, କଟକ ଲିଗାଲ ସର୍ଭିସ୍‌ ଅଥରିଟିର ସଦସ୍ୟ ସଚିବ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟକରି ୨୯ ନଭେମ୍ବର ୨୦୧୩ରୁ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ପଦୋନ୍ନତି ପାଇଥିଲେ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା