ବିଳାସପୁରର ବଜରଙ୍ଗୀ ପଞ୍ଚାୟତ

.

Published On: Nov 14, 2017 08:36 PM IST |   320

କେବଳ ମନସ୍କାମନା ପୂରଣ ଲାଗି ଈଶ୍ୱରଙ୍କ ପୂଜାର୍ଚ୍ଚନା କରାଯାଇନଥାଏ, ଧର୍ମମାର୍ଗରେ ଗଲେ ଠିକ୍‌-ଭୁଲ୍‌ର ଚିହ୍ନଟ ବି କରାଯାଇପାରେ। ଏହି କଥାର ଏକ ଜୀବନ୍ତ ଉଦାହରଣ ଛତିଶଗଡରେ ରହିଛି। ବିଳାସପୁର ମଗରପାରା ଅଞ୍ଚଳରେ ହନୁମାନଙ୍କର ଏମିତି ଏକ ମନ୍ଦିର ଅଛି ଯେଉଁଠି ଗାଁର ପ୍ରତିକଥାର ବିଚାର ସ୍ୱୟଂ ବଜରଙ୍ଗୀ କରିଥାନ୍ତି। ପଞ୍ଚାୟତ ଏଠାରେ ହନୁମାନଙ୍କୁ ସାକ୍ଷୀ ଭାବେ ରଖି ନିଷ୍ପତ୍ତି ଗ୍ରହଣ କରୁଥିବା ବେଳେ ଏହି ନିଷ୍ପତ୍ତିରେ ହନୁମାନଙ୍କର ନିର୍ଦେଶ ରହିଛି ବୋଲି ଲୋକେ ଗ୍ରହଣ କରିନିଅନ୍ତି। ବଜରଙ୍ଗୀ ପଞ୍ଚାୟତ ମନ୍ଦିରରେ ଗତ ଅଶୀବର୍ଷ ହେବ ବିଭିନ୍ନ ବିବାଦର ସମାଧାନ ଲାଗି ହନୁମାନଙ୍କ ଆଶ୍ରୟ ନିଆଯାଉଛି।

ମନ୍ଦିର ନିର୍ମାଣକୁ ନେଇ ଏକ କଥା ଶୁଣାଯାଏ। ପ୍ରାୟ ଅଶୀବର୍ଷ ତଳେ ସୁଖରୁ ନାଈ ନାମକ ହନୁମାନ ଭକ୍ତ ଏକ ଅଶ୍ୱତ୍‌ଥ ବୃକ୍ଷ ତଳେ ହୋଇଥିବା ଚଉତରାରେ ହନୁମାନଙ୍କର ଛୋଟ ମୂର୍ତ୍ତିଟିଏ ପ୍ରତିଷ୍ଠା କରିଥିଲେ। ପରେ ପଞ୍ଚାୟତର ସଦସ୍ୟ ଏବଂ ହନୁମାନଙ୍କ ଭକ୍ତମାନଙ୍କ ସହଯୋଗରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇ ୧୯୮୩ରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସେହି ସମୟରୁ ପଞ୍ଚାୟତରେ ହନୁମାନଙ୍କୁ ସାକ୍ଷୀ ରଖି ବିଚାର ପରମ୍ପରା ପ୍ରଚଳିତ ହୋଇଆସୁଛି। ଯାହା ନିଷ୍ପତ୍ତି ନିଆଯାଏ ଉଭୟପକ୍ଷ ଖୁସିରେ ଗ୍ରହଣ କରିଥାନ୍ତି। ଖାଲି ସେତିକି ନୁହେଁ, ହନୁମାନଙ୍କ ଆଶୀର୍ବାଦ ପରେ ହିଁ ଘରେ ମାଙ୍ଗଳିକ କାର୍ଯ୍ୟ କରାଯାଏ। ଏପରିକି ନବବଧୂ ଗୃହପ୍ରବେଶ ପୂର୍ବରୁ ହନୁମାନଙ୍କର ଆଶୀର୍ବାଦ ନେବାକୁ ଆସେ। ଏଠାରେ ବଡବଡ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲେ ମଧ୍ୟ ହନୁମାନ ଜୟନ୍ତୀ ଅବସରରେ ଭବ୍ୟ ଆୟୋଜନ ହୋଇଥାଏ।

Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା