ମଙ୍ଗଳବାର ରାଶିଫଳ

ମଙ୍ଗଳବାର ରାଶିଫଳ

Copy Editor | Published On: Nov 14, 2017 12:18 AM IST |   2050

ମେଷ: ସାମୟିକ ଭାବେ ଅଶାନ୍ତି ଅନୁଭବ କରିବେ । ଘଟଣା ସ୍ଥଳରେ ରହି ମଧ୍ୟ ନ ଦେଖିଲା ପରି ନିରବ ରହିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ଶରୀର ସୁସ୍ଥ ରହିବ । ଶତ୍ରୁହନ୍ତା ହୋଇପାରନ୍ତି । ବୃଷ: ପ୍ରଥମେ ଧୈର୍ଯ୍ୟହରା ହୋଇ ପାରନ୍ତି । ମନସ୍ତାପ କରିବେ । ଚଞ୍ଚଳ ପ୍ରକୃତିର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ । ମିଥୁନ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ପାଥେୟ କରି କର୍ମଚଞ୍ଚଳ ରହିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ । କର୍କଟ: ନୂତନ କର୍ମକ୍ଷେତ୍ରରେ ଯୋଗ ଦେଇ ଖୁସି ହେବେ । ଉଦ୍ୟମ ଅବ୍ୟାହତ ରଖିପାରନ୍ତି । ଧର୍ମ ପରାୟଣ ହୋଇପାରନ୍ତି । ସ୍ନେହଶୀଳ ବ୍ୟକ୍ତିଭାବେ ମାନ୍ୟତା ପ୍ରାପ୍ତ ହେବେ । ବିବାଦୀୟ ଘଟଣାରେ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ସିଂହ: ବ୍ୟବସାୟରେ ନୂତନ ସଂପର୍କ ସ୍ଥାପନ କରି ଲାଭବାନ ହେବେ । ପରାଶ୍ରିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଯାନ-ବାହନ ସୁଖ ମିଳିବ । ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହେବେ । କନ୍ୟା: କୌଣସି ଏକ ନିର୍ଦିଷ୍ଟ କାରଣରୁ ମନରେ ଅଶାନ୍ତି ଦେଖାଦେଇ ପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲିମୋକଦ୍ଦମାରେ ଜିଣିବେ । ଧନ ଲାଭ ହେବ । ତୁଳା: ବ୍ୟବସାୟରେ ସ୍ୱଳ୍ପ ଲାଭର ସୂଚନା ମିଳୁଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଶ୍ରେଷ୍ଠ ପଦ-ପଦବୀ ପାଇ ଖୁସି ହୋଇପାରନ୍ତି । ବିଛା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ସୁଖ-ସମ୍ମାନ ଲାଭ କରିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସଦା-ସର୍ବଦା ଗୃହ ବାହାରେ ରହି କରିତ୍‌କର୍ମା ହେବେ । ବିଭାଗୀୟ ସ୍ତରରୁ ସମ୍ମାନ ମିଳିବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଧନୁ: ଆୟ ଆଶାନୁରୂପ ହୋଇପାରେ । ମନ ପ୍ରସନ୍ନ ରହିବ । କୁଳ ଉଦ୍ଧାରକ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଯଶ ଅର୍ଜନ କରି ପାରନ୍ତି । ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । ମକର: ଶୁଭ ବାର୍ତ୍ତା ପାଇ ଖୁସି ହୋଇପାରନ୍ତି । ଈଶ୍ୱର ନିଷ୍ଠା ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିପାରେ । କୁମ୍ଭ: ଦୁଃଖ, ସୁଖ ସମାନ୍ତରାଳ ଭାବେ ଗତି କରିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । କର୍ମକ୍ଷେତ୍ର ସୁଗମ ହୋଇପାରେ । ସହଯୋଗୀ ବ୍ୟବସାୟ ଲାଭଯୁକ୍ତ ହେବ । ଯାନ-ବାହନରେ ସତର୍କତା ଆବଶ୍ୟକ । ମୀନ: କାର୍ଯ୍ୟର ଅଗ୍ରଗତି ଘଟିବ । ବନ୍ଧୁ ମିଳନ ଆନନ୍ଦଦାୟକ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପାଇଁ ମନ ବଳାଇ ପାରନ୍ତି । ମନରେ ବେଳେ ବେଳେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା