ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ

ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ

Copy Editor | Published On: Nov 13, 2017 07:52 PM IST |   1187

ଭବାନୀପାଟଣା : ବିଭିନ୍ନ ସ୍ଥାନର ଷ୍ଟେଟ୍ ବ୍ୟାଙ୍କରେ ୧୨ କୋଟି ଟଙ୍କାର ନକଲି ଟିଡିଏସ୍ଆର କରି କୋଟି କୋଟି ଟଙ୍କା ହାତେଇଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସୁପର କ୍ଲାସ ଠିକାଦର ବଣ୍ଟି ଅଗ୍ରୱାଲ ଏବଂ ତାଙ୍କ ବାପାଙ୍କୁ ପୁଲିସ୍ ଗିରଫ କରିଛି । ସୂଚନା ଅନୁଯାୟୀ, କଳାହାଣ୍ଡି, ବଲାଙ୍ଗୀର ,ବରଗଡ, ନୂଆପଡା, ନବରଙ୍ଗପୁର ଆଦି ଜିଲ୍ଲାର ପୂର୍ତ୍ତ ବିଭାଗ ଓ ଗ୍ରାମ ଉନ୍ନୟନ ବିଭାଗରେ କୋଟି କୋଟି ଟଙ୍କାର ବିଭିନ୍ନ କାମ ହାତେଇ ବା ପାଇଁ ବିଭିନ୍ନ ସ୍ଥାନର ଷ୍ଟେଟବ୍ୟାଙ୍କର ନକଲି ୧୨ କୋଟି ଟଙ୍କାର ଟିଡିଏସ୍ଆର କରିଥିଲେ । ଏପରି କରି ସେମାନେ କୋଟି କୋଟି ଟଙ୍କାର କାମ ପାଇଥିଲେ । ଏହି ନକଲି ଟିଡିଏସ୍ଆର ଘଟଣାରେ ଉପରୋକ୍ତ ଜିଲ୍ଲାର ବିଭିନ୍ନ ଥାନାରେ ଲିଖିତ ମାମଲା ରୁଜ କରାଯାଇଥିଲା । ବଣ୍ଟି ଅଗ୍ରୱାଲ ଏବଂ ତାର ପରିବାର ସଦସ୍ୟମାନେ ଗିରଫ ଭୟରେ ଫେରାର ଥିଲେ । ଏହି ଘଟଣା ୟରେ ନୂଆପଡା ପୋଲିସ ବଣ୍ଟି ଅଗ୍ରୱାଲ ଓ ତାଙ୍କ ବାପା ଏବଂ ସ୍ତ୍ରୀ କୁ ଗିରଫ କରାଯାଇଛି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା