ଖୁବ୍ ଶୀଘ୍ର ବିବାହ କରିବେ ସୋନମ କାପୁର

.

Published On: Nov 13, 2017 04:07 PM IST | Updated On: Nov 13, 2017 04:08 PM IST |   2346

‘ନିରଜା’ ପରି ବାୟୋପିକ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିବା ରାତାରାତି ଲୋକପ୍ରିୟତା ହାସଲ କରିଥିବା ସୋନମ୍ କପୁର ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି । ପିତା ଅନିଲ କପୁର ଏକ ସାକ୍ଷାତକାରରେ କହିଥିଲେ, ମୋ ଝିଅ ଅଭିନୟରେ ଯେ ଏତେ ଦକ୍ଷ ହେବ, ତାହା କେବେହେଲେ କଳ୍ପନା କରିନଥିଲି । ପିଲାଦିନୁ ଖୁବ୍ ଅଲିଅଳିରେ ବଢ଼ିଥିବା ସୋନମ୍ ଯେତେବେଳେ ଘରେ ପ୍ରଥମଥର ନିଜେ ଅଭିନେତ୍ରୀ ହେବାର ଇଚ୍ଛା ପ୍ରକାଶ କରିଥିଲେ ମା’ ସୁନିତା କପୁର ଖୁବ୍ ବିରକ୍ତ ହୋଇଥିଲେ । ପିତା ଅନିଲ କିନ୍ତୁ ଝିଅକୁ ନିରବ ସମର୍ଥନ ଜଣାଇଥିଲେ। ସିନେଜଗତରେ ସଫଳ ହେବା ପରେ ମା’ ସୁନିତା ସବୁବେଳେ ଝିଅକୁ ବାଧ୍ୟ କରୁଥିଲେ ଯଥା ଶୀଘ୍ର ବିବାହ କରି ଘରସଂସାର କରିବା ନିମନ୍ତେ, ହେଲେ ସୋନମ କ୍ୟାରିୟରକୁ ପ୍ରାଧାନ୍ୟ ଦେଉଥିଲେ । ଏବେ କିନ୍ତୁ ସୋନମ୍ ଘନିଷ୍ଠ ବନ୍ଧୁ ଆନନ୍ଦ ଆହୁଜାଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ୨୦୧୮ ମାର୍ଚ୍ଚରେ ମୁମ୍ବଇରେ ମହାରାଷ୍ଟ୍ର ପରମ୍ପରାରେ ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ଅନିଲଙ୍କ ପରିବାରର ଜନୈକ ସଦସ୍ୟ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ ଜଣାଇଛନ୍ତି । ବିବାହ ୨୦୧୮ ଶେଷବେଳକୁ ହୋଇପାରେ। ଆନନ୍ଦଙ୍କ ସହ ସୋନମ୍ ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଉଥିବାର ଦେଖାଯାଉଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ସୋନମ୍ ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ କିଛି ଜଣାଇ ନାହାନ୍ତି।

Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା