ସାଇବର ଠକେଇ,ବ୍ୟାଙ୍କ ଆକାଉଣ୍ଟରୁ ୧.୨୬ ଲକ୍ଷ ଟଙ୍କା ଉଭାନ

ସାଇବର ଠକେଇ, ବ୍ୟାଙ୍କ ଆକାଉଣ୍ଟରୁ ୧.୨୬ ଲକ୍ଷ ଟଙ୍କା ଉଭାନ

Copy Editor | Published On: Nov 13, 2017 06:05 AM IST |   334

କଟକ : ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି କଟକ ମଙ୍ଗଳାବାଗ ଅଞ୍ଚଳର ଜଣେ ବ୍ୟବସାୟୀ । ବହୁ କଷ୍ଟରେ ସଞ୍ଚୟ କରିଥିବା ଏହି ଅର୍ଥକୁ ବହୁ ଚତୁରତାର ସହିତ ତାଙ୍କଠାରୁ ଲୁଟି ନିଆଯାଇଛି । ଟଙ୍କା ଫେରିପାଇବା ଆଶାରେ ଜଣକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ;କିନ୍ତୁ ଏ ଦିଗରେ କିଛି ସାହାଯ୍ୟ କରିପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ଜଣାଇ ଦେବା ପରେ ଅନ୍ୟ ଉପାୟ ନ ପାଇ ସେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଘଟଣା ସଂପର୍କରେ ମାମଲା ରୁଜୁ କରାଯିବା ସହିତ ଠକକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ ଥୋରିଆସାହି ଅଞ୍ଚଳର ମନମୋହନ ନାୟକଙ୍କ ଏସସିବି ଷ୍ଟେଟବ୍ୟାଙ୍କ ଶାଖାରେ ଜମାଖାତା ରହିଛି । ୧୦ତାରିଖ ସକାଳେ ଏକ ଫୋନ କଲ୍‌ ତାଙ୍କ ପାଇଁ ଦୁର୍ଦିନ ଆଣିଦେଇଥିଲା । ପ୍ରଥମେ ମନମୋହନଙ୍କ ମୋବାଇଲକୁ ଜଣେ ବ୍ୟକ୍ତି ଫୋନ କରି କହିଲେ ମୁଁ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହୁଛି । ଏଟିଏମ୍‌ କାର୍ଡରେ ଆଧାର ଲିଙ୍କ ନ କଲେ କାର୍ଡଟି ଆଉ କାର୍ଯ୍ୟ କରିବ ନାହିଁ । ବର୍ତ୍ତମାନ ଆଧାର ଓ ଏଟିଏମ୍‌ କାର୍ଡ ନମ୍ବର କୁହନ୍ତୁ । ଏ କଥା ଶୁଣିବା ପରେ ମନମୋହନ କିଛି ନ ବୁଝି ଆଧାର ଓ ଏଟିଏମ କାର୍ଡର ସବୁ ଗୁପ୍ତ ତଥ୍ୟ ଜଣାଇ ଦେଇଥିଲେ । ଏହାର କିଛି ସମୟ ପରେ ମନମୋହନଙ୍କ ମୋବାଇଲକୁ ଆସିଥିବା ମେସେଜ୍‌କୁ ଦେଖି ଚମକି ପଡିଥିଲେ । ତାଙ୍କ ଆକାଉଣ୍ଟରୁ ୧.୨୬ଲକ୍ଷ ଟଙ୍କା କେହି ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ମନମୋହନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇଥିଲେ । ଯାଞ୍ଚ ପରେ ଝାଡଖଣ୍ଡ ଅଞ୍ଚଳର କେହି ଜଣେ ତାଙ୍କ ଏଟିଏମ୍‌ ଗୁପ୍ତ ନଂ ବ୍ୟବହାର କରି ଉପରୋକ୍ତ ଟଙ୍କାର ସପିଂ କରିଥିବା ଜଣାଇଥିଲେ । ଏ କ୍ଷେତ୍ରରେ କୌଣସି ପ୍ରକାର ସାହାଯ୍ୟ ଓ ସହଯୋଗ କରିପାରିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇବା ପରେ ମନମୋହନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ସହାୟତା ନିମନ୍ତେ ସାଇବର ଥାନା ସହିତ ଯୋଗସୂତ୍ର ରକ୍ଷା କରାଯାଉଛି ବୋଲି ଥାନା ଅଧିକାରୀ ଅରୁଣକୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା