କଞ୍ଚା ଲଙ୍କାର ଉପକାରିତା

.

Published On: Nov 11, 2017 08:47 PM IST | Updated On: Nov 11, 2017 08:49 PM IST |   1945

ଖାଦ୍ୟ ସାଙ୍ଗରେ କଞ୍ଚାଲଙ୍କାଟିଏ ଥିଲେ ଖାଦ୍ୟର ସ୍ୱାଦ ବହୁଗୁଣିତ ହୋଇଯାଏ। କଞ୍ଚାଲଙ୍କା ଏମିତିରେ ଏକ ଔଷଧ ବୋଲି କୁହାଯାଇପାରିବ।

ଏଥିରେ ବିଭିନ୍ନ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଛି। ଭିଟାମିନ୍‌-ସି, ହଜମକାରକ ତନ୍ତୁ, ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଏଥିରେ ଭରପୂର।

ଏହାର ଆହୁରି ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ଗୁଣ ମଧ୍ୟ ରହିଛି-

କଞ୍ଚାଲଙ୍କାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ।

ଏପରିକି କ୍ୟାନ୍‌ସର ପ୍ରତିରୋଧ କରିବାରେ ବି ସହାୟକ ହୁଏ। ଏଥିସହିତ ଫ୍ରିରାଡିକାଲ୍‌ସ ଦ୍ୱାରା ଶରୀରର କୋଷକୁ ହେବାର ଥିବା କ୍ଷତିରୁ ସୁରକ୍ଷା ଦିଏ।

ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ ଲାଗେ ଏବଂ ବାରମ୍ବାର ଖାଇବାକୁ ଇଚ୍ଛା ହୁଏନାହିଁ। ତେଣୁ ଓଜନ ବଢିବାର ଆଶଙ୍କା କମିଯାଏ।

କଞ୍ଚାଲଙ୍କାରେ ଥିବା ତତ୍ତ୍ୱ ତ୍ୱଚା ପରିଷ୍କାର ରଖିବା ସହ ମୁହଁରେ ବ୍ରଣ ହେବାକୁ ଦିଏନାହିଁ।

ଏଥିରେ ହଜମକାରକ ତନ୍ତୁ ଭରପୂର ଥିବାରୁ ଏହା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିପାରେ। ତେବେ ମାତ୍ରାଧିକ କଞ୍ଚାଲଙ୍କା ଖାଇବା ଅନୁଚିତ।

Tags:

Like Us

Breaking News

ସୁନ୍ଦରଗଡ଼: କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦ୍ମପୁର ବାଲିଘାଟରେ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି ପୋକଲିନ୍‌ ମେସିନ ବିଜେପୁର ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ, ସୂଚନା ଦେଲେ ରିଟର୍ଣ୍ଣିଂ ଅଫିସର ତପିରାମ ମାଝି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ଗସ୍ତ, ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୁମ୍ବଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପେସରୁ ମିଳିଲା ୨ଟି ସନ୍ଦିଗ୍ଧ ବାକ୍ସ, ଯାଞ୍ଚ କଲା ବୋମା ନିଷ୍କ୍ରିୟକାରୀ ଟିମ୍‌