ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଉଠିଲା

ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଉଠିଲା

Copy Editor | Published On: Nov 10, 2017 06:10 PM IST |   699

ଭୁବନେଶ୍ଵର : ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନିଆଯାଇଛି । ଶୁକ୍ରବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଉଠାଇଛନ୍ତି । ଅଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ପ୍ରଭାତ ଗିରଫ ହେବା ପରେ ଦଳରୁ ପ୍ରଭାତଙ୍କୁ ନିଲମ୍ବନ କରାଯାଇଥିଲା । ୨୦୧୪ ଅକ୍ଟୋବରରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । କିଛି ଦିନ ଜେଲରେ ରହିବା ପରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ । ତେବେ ସିବିଆଇ ପ୍ରଭାତଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । କିନ୍ତୁ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ । ତେବେ ସୁପ୍ରିମକୋର୍ଟରେ ବିଜୟୀ ହେବା ପରେ ପ୍ରଭାତଙ୍କ ଉପରୁ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ନିଆଯାଇଛି । ନିଲମ୍ବନ ସର୍ମ୍ପକରେ ପ୍ରଭାତ କହିଛନ୍ତି, ତାଙ୍କୁ ନିଲମ୍ବନ କରାଯାଇଥିଲା ସତ । କିନ୍ତୁ ସେ ସର୍ବଦା ଦଳ ସହିତ ଥିଲେ ଏବେ ମଧ୍ୟ ଅଛନ୍ତି । ନିଲମ୍ବନ ପରେ ମଧ୍ୟ ସେ ଦଳ ପାଇଁ କାମ କରିଛନ୍ତି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା