ଶୁକ୍ରବାର ରାଶିଫଳ

ଶୁକ୍ରବାର ରାଶିଫଳ

Copy Editor | Published On: Oct 13, 2017 12:35 AM IST |   3192

ମେଷ: ରୋଜଗାରର ମାର୍ଗ ଉନ୍ମୁକ୍ତ ହୋଇପାରେ । କଳହ ଉପୁଜିବାର ସମ୍ଭାବନା ଅଛି । ଯାନବାହନ ସୁଖ ମିଳିବ । କଷ୍ଟସାଧ୍ୟ ହେବ । ଉଦାର ପ୍ରକୃତିର ହେବେ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଖର୍ଚ୍ଚାନ୍ତ ହେବେ । ବୃଷ: ବିଭିନ୍ନ ଦିଗରୁ ସମସ୍ୟା ଦେଖାଦେଇ ପାରେ; ତଥାପି ଉଚ୍ଚ ଆଶା ଫଳବତୀ ହେବ । ଯେତେ ମଧୁର କଥା କୁହନ୍ତୁ ନା କାହିଁକି, ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା କଷ୍ଟକର ହେବ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ମିଥୁନ: ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କ ରହିବେ । କାର୍ଯ୍ୟରେ ପରାଶ୍ରିତ ହୋଇପାରନ୍ତି । ସ୍ୱଳ୍ପ ଧନର ଅଧିକାରୀ ହେବେ । ସହନଶୀଳ ହେବାକୁ ପଡ଼ିବ । ମିତ୍ର ସୁଖ ମିଳିବା କଷ୍ଟକର ହେବ । ତ୍ୟାଗଶୀଳ ହୋଇପାରନ୍ତି । ସ୍ମରଣ ଶକ୍ତିହୀନ ହେବେ । କର୍କଟ: ଆୟ ଉତ୍ତମ ଧରଣର ହେବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମା ଥିଲେ ତାରିଖ ଗଡ଼ି ଚାଲିବ । ଅଜୀର୍ଣ୍ଣରେ ଆକ୍ରାନ୍ତ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ବନ୍ଧୁ ସହାୟତା ମିଳିବ; ମାତ୍ର ବିଳମ୍ବିତ ହୋଇପାରେ । ସିଂହ: ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା କାଶରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଅଧିକାଂଶ ସମୟ ନିରୋଳାରେ ରହିବାକୁ ଇଚ୍ଛା ପ୍ରକାଶ କରିବେ । ମିଠା କଥା କହି ଲୋକଙ୍କୁ ଭୁଲାଇବା ଉଦ୍ୟମ ସଫଳ ହେବ । କନ୍ୟା: ଆୟରେ ସାମାନ୍ୟ ଉନ୍ନତି ଘଟିବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି । ଦାମ୍ପତ୍ୟ ସୁଖ ମିଳିବ । ମାତ୍ର ଉତ୍ତମ ଭାବରେ ନୁହେଁ । ସନ୍ତାନମାନେ ଗୁଣୀ ଓ ସମ୍ପତ୍ତି ଯୁକ୍ତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ । ତୁଳା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଅଧିକ ପରିଶ୍ରମର ସମ୍ମଖୀନ ହେବେ । ଅସୁସ୍ଥତାର ଉପସମ ହେବ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସ୍ନେହ ମିଳିବ । ବିଛା: ବନ୍ଧୁଙ୍କ ସହ କିଛି କଥାରେ ମତ ପାର୍ଥକ୍ୟ ଘଟିବ । ଜନସଂପର୍କ ବୃଦ୍ଧି ପାଇବ । ଦିନଟି ଭୋଗ ବିଳାସରେ ବିତାଇବାକୁ ଉଦ୍ୟମ କରିବେ; ମାତ୍ର ସଂପୂର୍ଣ୍ଣ ସୁଖ ମିଳି ନ ପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ସାହସୀ ହୋଇପାରନ୍ତି । ଧନୁ: ଅପ୍ରୀତିକର ପରିସ୍ଥିତି ଉପୁଜିଲେ ବି ତାକୁ ସମ୍ଭାଳି ନେଇପାରନ୍ତି । ସୁଖ ମିଳିବା କଷ୍ଟ ସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥଗିତ ରଖିବା ଭଲ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ । ମକର: ଅସ୍ଥିରତା ସତ୍ତ୍ୱେ କାର୍ଯ୍ୟ କରିଚାଲିବେ । ବନ୍ଧୁ ସୁଖ ମିଳିବା କଷ୍ଟକର ବ୍ୟାପାର । ବହୁ ପରିଶ୍ରମ କଲେ ବ୍ୟବସାୟ ଲାଭଜନକ ହେବ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି । ପନôୀଙ୍କ ଅଧୀନତା ସ୍ୱୀକାର କରିବେ । କୁମ୍ଭ: ବିବାଦର ସମାଧାନ ହେବ; ମାତ୍ର ବହୁ ତର୍କ-ବିତର୍କ ହୋଇପାରେ । କୌଣସି କଥାରେ ମନରେ ଆଶଙ୍କା ଜାତ ହେବ । ଶତ୍ରୁ ବିନାଶ କରିବାରେ ସବୁ କଷ୍ଟକୁ ଆଦରି ନେଇ ପାରନ୍ତି । ସୁଖ ମିଳିବ । ମୀନ: ଅଧିକ କାର୍ଯ୍ୟଭାର ବହନ କରି ବ୍ୟତିବ୍ୟସ୍ତ ହୋଇପାରନ୍ତି । ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ ନ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହୋଇପାରେ । କର୍ମ ଚଞ୍ଚଳ ରହିପାରନ୍ତି । ହଠାତ୍‌ ସ୍ୱଳ୍ପ ଅର୍ଥ ମିଳିପାରେ ।
Tags:

Like Us

Breaking News

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ