ଯବାନଙ୍କ ଆତ୍ମହତ୍ୟା !

ଯବାନଙ୍କ ଆତ୍ମହତ୍ୟା !

Copy Editor RKD | Published On: Oct 12, 2017 11:56 PM IST |   219

ଜାମ୍ମୁ : ଜାମ୍ମୁ କାଶ୍ମୀରର ଜାମ୍ମୁ ସହର ନିକଟବର୍ତ୍ତୀ ନାଗ୍ରୋଟାଠାରେ ଥିବା ଏକ ସେନା ଶିବିରରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି । ମୃତ ଯବାନଙ୍କ ନାମ ଜିତେନ୍ଦ୍ର ଆହୋଜା ଓ ସେ ଗୁଜରାଟ ବାସିନ୍ଦା ବୋଲି ଜଣାପଡିଛି । ବୁଧବାର ରାତିରେ ଶିବିରରେ ଗୁଳି ଶବ୍ଦ ଶୁଣାଯିବାପରେ ସାଥୀ ଯବାନମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହୋଜାଙ୍କ ରକ୍ତାକ୍ତ ଶରୀର ନିକଟରେ ଗୋଟିଏ ଏକେ-୪୭ ରାଇଫଲ ରହିଥିବା ସେମାନେ ଦେଖିଥିଲେ । ଆହୋଜାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେନା ପକ୍ଷରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ