ହାର୍ଦ୍ଦିକ ପଟେଲଙ୍କ ଉପରୁ ମାମଲା ପ୍ରତ୍ୟାହୃତ

ହାର୍ଦ୍ଦିକ ପଟେଲଙ୍କ ଉପରୁ ମାମଲା ପ୍ରତ୍ୟାହୃତ

Copy Editor RKD | Published On: Oct 12, 2017 11:53 PM IST |   182

ରାଜକୋଟ : ଗୁଜରାଟ ସରକାର ଗୁରୁବାର ସଂରକ୍ଷଣ ସପକ୍ଷବାଦୀ ନେତା ତଥା ‘ପତିଦାର ଅନାମତ ଆନ୍ଦୋଳନ ସମିତି’ର ଆବାହକ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଆଗତ ଏକ ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି । ଦୁଇବର୍ଷ ପରେ ଜାତୀୟ ପତାକାକୁ ଅବମାନନା କରିଥିବା ଅଭିଯୋଗରେ ହାର୍ଦ୍ଦିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏଥିସହିତ ପତିଦାର ଆନ୍ଦୋଳନ ସମିତିର ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କ ବିରୋଧରେ ଆଗତ ମାମଲାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି ବୋଲି ରାଜକୋଟ ଜିଲାପାଳ ସୂଚନା ଦେଇଛନ୍ତି । ସେତେବେଳେ ରାଜକୋଟରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ ବାଧା ସୃଷ୍ଟି କରିବା ଉଦେଶ୍ୟରେ କାନେ୍ଧରି ଷ୍ଟାଡିୟମକୁ ପ୍ରବେଶ କରୁଥିବାବେଳେ ହାର୍ଦ୍ଦିକଙ୍କ ଗୋଡ ଜାତୀୟ ପତାକାରେ ବାଜିଥିଲା । ତେଣୁ ୨୦୧୫ ଅକ୍ଟୋବର ୧୯ରେ ହାର୍ଦ୍ଦିକଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ