ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁପରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ରୋକ

.

Published On: Oct 12, 2017 08:07 PM IST | Updated On: Oct 12, 2017 08:08 PM IST |   1222

କଟକ: ମଧୁପାଟଣା ଛକ ନିକଟରେ ରାସ୍ତା ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ଯୁବକଙ୍କର ଡାକ୍ତରଖାନାରେ ମୃତ୍ୟୁ ପରେ  ଗୁରୁବାର ସନ୍ଧ୍ୟା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ମଧୁପାଟଣା ନିକଟରେ ଜାତୀୟ ରାଜପଥ ୧୬ ଉପରେ ବସି ରହି ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ମଧୁପାଟଣା ଓ ପ୍ରେସ ଛକ ନିକଟରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପାଇଁ ଚେଷ୍ଟା କରିଥିଲେ ।

ସୂଚନାଯୋଗ୍ୟ ଗୁରୁବାର ସକାଳେ  ୪୨ ମୈାଜାରୁ  ନିଜ ଆକ୍ଟିଭା ଗାଡିରେ ସମରଜିତ ନାମକ ଯୁବକ ଆସୁଥିବା ବେଳେ ୪୨ ମୌଜା ଓଭରବ୍ରିଜ ଉପରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ସମରଜିତଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା। ଏହାପରେ ଉତ୍ୟକ୍ତ ଲୋକମାନେ ମଧୁପାଟଣା ନିକଟରେ ଦୀର୍ଘ ସମୟ ରାସ୍ତା ରୋକ କରିଥିଲେ ।

 

Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ