ଆଇସିସି ଟେଷ୍ଟ ମାନ୍ୟତା; ଅଶ୍ୱିନଙ୍କୁ ପଛରେ ପକାଇଲେ ରାବାଡ଼ା

ଆଇସିସି ଟେଷ୍ଟ ମାନ୍ୟତା; ଅଶ୍ୱିନଙ୍କୁ ପଛରେ ପକାଇଲେ ରାବାଡ଼ା

Copy Editor | Published On: Oct 12, 2017 01:18 AM IST |   394

ଦୁବାଇ : ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ୩ଟି ସ୍ଥାନର ପଦୋନ୍ନତି ପାଇଛନ୍ତି ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା । ଫଳରେ ୪ର୍ଥ ସ୍ଥାନରେ ଥିବା ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ରାବାଡ଼ା ୩ୟ ସ୍ଥାନରେ ପହଞ୍ଚିଛନ୍ତି । ସର୍ବାଧିକ ୮୯୬ ପଏଣ୍ଟ ସହ ଇଂଲଣ୍ଡର ଫାଷ୍ଟବୋଲର ଜେମ୍‌ସ ଆଣ୍ଡରସନ୍‌ ତାଲିକାର ଶୀର୍ଷରେ ଥିବା ବେଳେ ୮୮୪ ପଏଣ୍ଟ ସହ ଭାରତୀୟ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ୨ୟ ସ୍ଥାନରେ ରହିଛନ୍ତି । ନିକଟରେ ବାଂଲାଦେଶ ବିପକ୍ଷ ୨ୟ ଘରୋଇ ଟେଷ୍ଟମ୍ୟାଚ୍‌ରେ ୬୩ ରନ୍‌ଦେଇ ମୋଟ ୧୦ଟି ୱିକେଟ୍‌୍‌ ନେଇ ଦଳକୁ ସିରିଜ୍‌ ଜିତାଇଥିଲେ କାଗିସୋ ରାବାଡ଼ା । ଫଳରେ ରାବାଡ଼ା ୩ଟି ସ୍ଥାନର ଉନ୍ନତି କରି ପାରିଛନ୍ତି । ୮୩୩ ପଏଣ୍ଟ ସହ ଶ୍ରୀଲଙ୍କାର ବରିଷ୍ଠ ବାମହାତି ସ୍ପିନର ରଙ୍ଗନା ହେରାଥ୍‌ ୫ମ ସ୍ଥାନରେ ରହିଛନ୍ତି । ଏମାନଙ୍କ ପଛକୁ ଅଛନ୍ତି ଅଷ୍ଟ୍ରେଲିଆର ଜୋସ୍‌ ହାଜେଲ୍‌ଉଡ୍‌ ଓ ନାଥାନ୍‌ ଲାୟନ୍‌, ଦକ୍ଷିଣ ଆଫ୍ରିକାର ଡେଲ୍‌୍‌ ଷ୍ଟେନ୍‌, ନୁ୍ୟଜିଲାଣ୍ଡ ନିଲ୍‌ ୱାଗ୍‌ନର ଓ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ । ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ ତାଲିକାରେ ଭାରତର ଚେତେଶ୍ୱର ପୂଜାରା ୪ର୍ଥ ସ୍ଥାନରେ ଥିବା ବେଳେ ଅଧିନାୟକ ବିରାଟ କୋହଲି ୬ଷ୍ଠ ସ୍ଥାନରେ ଅଛନ୍ତି । ଶୀର୍ଷ-୧୦ରେ ଥିବା ଅନ୍ୟ ୨ ଭାରତୀୟ ହେଲେ ଲୋକେଶ ରାହୁଲ (୮ମ) ଓ ଅଜିଙ୍କ୍ୟ ରାହାଣେ (୯ମ) । ଦୁହେଁ ଗୋଟିଏ ଲେଖାଏଁ ସ୍ଥାନର ଉନ୍ନତି କରିଛନ୍ତି । ୯୩୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଶୀର୍ଷରେ ଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୨ୟ, ନୁ୍ୟଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ ୩ୟ ଏବଂ ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ୫ମ ସ୍ଥାନରେ ରହିଛନ୍ତି ।
Tags:

Like Us

Breaking News

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ