ପିସିସି ସଭାପତି ବାଛିବେ ହାଇକମାଣ୍ଡ

ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ନେଇ ପ୍ରସ୍ତାବ ପାରିତ

Copy Editor AH | Published On: Oct 11, 2017 10:44 PM IST | Updated On: Oct 11, 2017 10:47 PM IST |   499

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିର୍ବାଚିତ ସଭ୍ୟମାନଙ୍କର ଏକ ବୈଠକ ଆଜି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗତ କିଛି ଦିନଧରି ଦଳର ବରିଷ୍ଠ ନେତାଙ୍କୁ ମଧ୍ୟରେ ମତାନ୍ତର ଓ ଗୋଷ୍ଠୀ ବିବାଦ ଚାଲିଥିବାବେଳେ ବୁଧବାର ବରିଷ୍ଠ ନେତାଙ୍କୁ ଏକାଠି ବୈଠକରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ରାଜ୍ୟର ୪୦୨ ଜଣଙ୍କୁ ପିସିସି ସଦସ୍ୟଭାବେ ନିର୍ବାଚିତ କରାଯାଇଛି । ଏହି ବୈଠକରେ ପିସିସି ସଦସ୍ୟମାନଙ୍କ ସହିତ ଦଳର ବରିଷ୍ଠ ନେତାମାନେ ରାହୁଲ ଗାନ୍ଧିଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି କରିବା ନେଇ ଏକ ପ୍ରସ୍ତାବ ସର୍ବସମ୍ମତ ଭାବରେ ପାରିତ ହୋଇଥିଲା । ଏହାଛଡ଼ା ଦ୍ୱିତୀୟ ପ୍ରସ୍ତାବ ଭାବରେ ପିସିସି ସଭାପତି ବାଛିବା ଦାୟିତ୍ୱ ହାଇକମାଣ୍ଡଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଏହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିବା ପରେ ବୈଠକରେ ଗୃହିତ ହୋଇଥିଲା । ଶ୍ରୀ ହରିଚନ୍ଦନ ଏହି ପ୍ରସ୍ତାବ ଆଗତ କରିଥିଲାବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ଏହି ପ୍ରସ୍ତାବକୁ ହାତଟେକି ସମର୍ଥନ କରିଥିଲେ । ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ବି କେ ହରିପ୍ରସାଦ, ପ୍ରଦେଶ ନିର୍ବାଚନ ଅଧିକାରୀ ସୋମେନ ମିିତ୍ର, ଅତିରିକ୍ତ ନିର୍ବାଚନ ଅଧିକାରୀ ଜୟଶଙ୍କର ପାଠକ ଏବଂ ରାମଜୀ ଆନେପ୍ପୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭକ୍ତ ଚରଣ ଦାସ,ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, କାହ୍ନୁ ଲେଙ୍କା, ଶ୍ରୀକାନ୍ତ ଜେନା, ହେମାନନ୍ଦ ବିଶ୍ୱାଳ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୁକିମ୍‌, ଶରତ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକ ଶେଷ ହେବାପରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କମ୍ପାନୀ ଦୁର୍ନୀତିକୁ ବିରୋଧ କରି ଏକ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ । କଂଗ୍ରେସ ନେତା ଓ କର୍ମୀମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ବିରୁଦ୍ଧରେ ବ୍ୟାନର ଓ ପ୍ଲାକାର୍ଡ଼ ଧରି ସ୍ଳୋଗାନ ଦେଇଥିଲେ । ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଫାସିବାଦ ସରକାର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ମିଶି ଦେଶରେ ଆତଙ୍କରାଜ ଚଳାଇଛନ୍ତି । ଅମିତ୍ ଶାହା ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗକୁ ନିଜ ପୁଅର ଦୁର୍ନୀତି ଘୋଡ଼ାଇବାକୁ ଯାଇ ଆଖି ଦେଖାଇ ଚୁପ୍ କରିଦେଇଛନ୍ତି । ପ୍ରଦେଶ କଂଗ୍ରେସ ଏହି ଦୁର୍ନୀତି ବିଷୟରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଥିଲେ । ଏହି ବେଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ବହୁ ତୁଙ୍ଗନେତା ଯୋଗ ଦେଇଥିଲେ । କଂଗ୍ରେସ କର୍ମୀମାନେ ଅମିତ୍ ଶାହା ଏବଂ ନରେନ୍ଦ୍ର ମୋଦିଙ୍କର କୁଶପୁତ୍ତଳିକା ଦାହ କରିଥିଲେ ଏବଂ ଆନ୍ଦୋଳନ ବେଳେ ପୋଲିସ୍ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ପୋଲିସ୍ ପିସିିସି ସଭାପତିଙ୍କ ସମେତ ଦଳର ଅନେକ ନେତା ଗିରଫ ହୋଇଥିଲେ ।
Tags:

Like Us

Breaking News

ସୁନ୍ଦରଗଡ଼: କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦ୍ମପୁର ବାଲିଘାଟରେ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି ପୋକଲିନ୍‌ ମେସିନ ବିଜେପୁର ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ, ସୂଚନା ଦେଲେ ରିଟର୍ଣ୍ଣିଂ ଅଫିସର ତପିରାମ ମାଝି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ଗସ୍ତ, ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୁମ୍ବଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପେସରୁ ମିଳିଲା ୨ଟି ସନ୍ଦିଗ୍ଧ ବାକ୍ସ, ଯାଞ୍ଚ କଲା ବୋମା ନିଷ୍କ୍ରିୟକାରୀ ଟିମ୍‌