ରାସ୍ତାରେ ଝଗଡା ଯୋଗୁଁ ବେଙ୍ଗାଲୁରରେ ଓଡିଆ ଇଂଜିନିୟରଙ୍କୁ କରାଯାଇଥିଲା ହତ୍ୟା

ଗାଡି ଧକ୍କା ପରେ ୫୦୦ ଟଙ୍କା ଦାବି କରିଥିଲେ ଅପରାଧି

Published On: Oct 11, 2017 06:49 PM IST | Updated On: Oct 11, 2017 06:56 PM IST |   4497

ଫଟୋ ସୌଜନ୍ୟ: ଡେକାନକ୍ରୋନିକିଲ

ବେଙ୍ଗାଲୁର: ବେଙ୍ଗାଲୁରରେ ଓଡିଆ ଇଂଜିନିୟରଙ୍କୁ ହତ୍ୟା ଘଟଣାର ପର୍ଦ୍ଦା ଫାଶ ହୋଇଛି। ୨୮ ବର୍ଷିୟ ଯୁବ ଇଂଜିନିୟର ପ୍ରଣୟ ମିଶ୍ରଙ୍କୁ ରାସ୍ତାରେ ଏକ ଛୋଟ ଝଗଡା ଯୋଗୁଁ ଦୁଇଜଣ ଅପରାଧି ହତ୍ୟା କରିଥିବା କଥା ବେଙ୍ଗାଲୁର ପୁଲିସ ସୂଚନା ଦେଇଛି। ପୁଲିସ ଏହି ହତ୍ୟାକାରୀମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସକୁ ଆକ୍ରମଣ କରିଥିଲେ, ପୁଲିସ ଗୁଳି ଚାଳନା କରିବାରୁ ଜଣେ ଅପରାଧି ଆହତ ହୋଇଛି। ତାହାର ସହଯୋଗୀ ଫେରାର ହେବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ ଆସେଚଂର କମ୍ପାନୀରେ କାମ କରୁଥିବା ପ୍ରଣୟ ରବିବାର ରାତିରେ ଏକ ଭୋଜିରୁ ଫେରବା ପରେ ତାଙ୍କ ମହିଳା ବନ୍ଧୁଙ୍କୁ ଦେଖା କରିବା ପାଇଁ ନିଜ ସ୍କୁଟରରେ ଯାଇଥିଲେ । କାର୍ତ୍ତିକ ଓ ଅରୁଣ ନାମକ ଦୁଇଜଣ ପେଷାଦାର ଅପରାଧିଙ୍କର ମଟର ସାଇକେଲ ସହ ତାଙ୍କ ସ୍କୁଟର ଧକ୍କା ହୋଇଥିଲା । ଏହାପରେ ଅପରାଧି ଦୁଇଜଣଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କପରେ ପ୍ରଣୟ ସେଠାରୁ ନିଜର ସ୍କୁଟର ନେଇ ପଳାଇ ଆସିଥିଲେ । ଏହି ଦୁଇଜଣ ତାଙ୍କ ପିଛା କରି ତାଙ୍କୁ ସହ ଗାଡି ଧକ୍କା କରିବା ସହ ପେଟରେ ଦୁଇଥର ଛୁରି ଭୁସି ଦେଇଥିଲେ । ସେଠାରେ ଥିବା ମଣିପୁରର କିଛି ଛାତ୍ର ପ୍ରଣୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଏହା ଏକ ଦୁର୍ଘଟଣା ହୋଇଥିବ ଭାବି ଆମ୍ବୁଲାନ୍ସ ଓ ପ୍ରଣୟର ବନ୍ଧୁମାନଙ୍କୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ନ ଆସିବାରୁ ପ୍ରଣୟଙ୍କର ବନ୍ଧୁ ଓ ଏହି ଛାତ୍ରମାନେ ତାଙ୍କୁ ଏକ ଅଟୋ ରିକ୍ସାରେ ଡାକ୍ତରଖାନାକୁ ନେଇଥିଲେ  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସିବାପରେ ପୁଲିସ ୩ଟି ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେଠାରେ ଲାଗିଥିବା ସିସି ଟିଭି ଫୁଟେଜରୁ ଏହି ଦୁଇ ଅପରାଧିଙ୍କ ବିଷୟରେ ଜାଣିବାକୁ ପାଇଥିଲା।  ପୁଲିସ ଏମାନଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ  ଏହି ଦୁଇ ଅପରାଧି ଖସି ପଳାଇବାକୁ ଚେଷ୍ଟା କରିଥିଲେ । ପୁଲିସ ଏମାନଙ୍କ ପିଛା କରି ଧରିବାକୁ ଚେଷ୍ଟା କରୁଥିବେଳେ ଏମାନେ ପୁଲିସ ଉପରକୁ ଢେଲା ମାଡ କରିଥିଲେ ।  ପୁଲିସକୁ ଏକ କଟୁରୀରେ ଆକ୍ରମଣ କରିଥିଲେ। ପୁଲିସ ଗୁଳିରେ କାର୍ତ୍ତିକ ଆହତ ହୋଇଥିବା ବେଳେ ଅରୁଣ ନାମକ ଅପରାଧି ଫେରାର ହୋଇଯାଇଛି । ଏହି ଅପରାଧିଙ୍କ ଆକ୍ରମଣରେ ମଞ୍ଜୁନାଥ ଓ ମାଲେଶ ନାମକ ଦୁଇଜଣ ପୁଲିସ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି । ଅନ୍ୟ ଅପରାଧି ଅରୁଣକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ