ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ସଂକଳ୍ପ

.

Published On: Oct 10, 2017 09:24 PM IST |   290

 ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ସସ୍ଥୁତା ଓ ମାନସିକ ସସ୍ଥୁତାକୁ ବୁଝାଏ। ମାତ୍ର ସନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପ ହିଁ ବେଶୀ ଧ୍ୟାନ ଦେଇଥାନ୍। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାଂପ୍ରତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ସାରା ବିଶ୍ୱରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ୱାରା ଆକ୍ରାନ୍ତ। ଭାରତ ବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନୁମାନରୁ ଜଣା ପଡିଛି ୨୦୨୦ ମସିହା ସୁଦ୍ଧା ଆମ ଦେଶରେ ପ୍ରାୟ ୨୦ ପ୍ରତିଶତ ଲୋକ ବିଭିନ୍ନ ମାନସିକ ସମସ୍ୟାର ଶିକାର ହେବେ। ଅଧିକାଂଶ ମାନସିକ ସମସ୍ୟା ୧୫ ବର୍ଷ ବୟସ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ମାତ୍ର ବିଡମ୍ବନା ଯେ ଭାରତରେ ମାନସିକ ରୋଗ ବିଶେଷଜ୍ଞଙ୍କର ଘୋର ଅଭାବ ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୩ ଜଣ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ଅଛନ୍। ତି ଆମ ଦେଶ ଲୋକମାନଙ୍କ ମଧ୍ୟରେ ଦେଖା ଯାଉଥିବା ପ୍ରମୁଖ ମାନସିକ ରୋଗ ଗୁଡିକ ହେଲା ଅବସାଦ ରୋଗ (ଡିପ୍ରେସନ), ସ୍କିଜୋଫ୍ରେନିଆ, ମାନସିକ ଉଦବେଗ ରୋଗ (ଏଙ୍ଗଜାଇଟି) ଓ ବାଇପୋଲର ରୋଗ ଆଦି। ଏଥି ମଧ୍ୟରୁ ଅବସାଦ ରୋଗ ସର୍ବାଧିକ ମାତ୍ରାରେ ଦେଖା ଯାଇଥାଏ। କିନ୍ତୁ ସ୍କିଜୋଫ୍ରେନିଆ ରୋଗ ସବୁଠାରୁ ଗୁରୁତର ମାନସିକ ରୋଗ ଅଟେ। ଏହି ସବୁ ମାନସିକ ରୋଗ ଯୋଗୁଁ ବର୍ତ୍ତମାନ ଆତ୍ମହତ୍ୟାର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ମାନସିକ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି। ଲୋକମାନେ ଭାବନ୍ତି ମାନସିକ ରୋଗର ଚିକିତ୍ସା ସମ୍ଭବ ନୁହେଁ ଏବଂ ଏହା କେବେ ଭଲ ହୋଇ ପାରିବ ନାହିଁ। ଅନ୍ୟ କେତେକ ଲୋକ ଭାବନ୍ତି ମାନସିକ ରୋଗର ଚିକିସ୍ୟା ପାଇଁ ବ୍ୟବହୃତ ହେଉଥିବା ଔଷଧ ସେବନ କଲେ ଏହା ଉପରେ ନିର୍ଭରଶୀଳତା ବଢି ଯାଏ, ଏଗୁଡିକୁ ସାରା ଜୀବନ ଖାଇବାକୁ ପଡେ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ଖରାପ ପ୍ରଭାବ ପଡିଥାଏ। ମାତ୍ର ଏସବୁ ଭୁଲ ଧାରଣା ଅଟେ । କେତେକ ନିର୍ଦିଷ୍ଟ ମାନସିକ ରୋଗ ଛଡା ଅନ୍ୟ କୌଣସି ରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡେ ନାହିଁ। ମାନସିକ ରୋଗୀମାନେ ଆମ ସମାଜରେ ବିଭିନ୍ନ ନିନ୍ଦା ଓ ଅପବାଦର ଶିକାର ହୋଇ ଥାଆନ୍ତି, ଯାହା ଫଳରେ ସେମାନେ ନିଜ ସମସ୍ୟା ସମ୍ବନ୍ଧରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ଲଜ୍ଜା ଅନୁଭବ କରି ଥାଆନ୍ତି। ଲୋକ ମାନଙ୍କ ମଧ୍ୟରେ ମାନସିକ ରୋଗର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଠିକ ସଚନାର ଅଭାବ ରହିଛି, ଯାହାଦ୍ୱାରା ସେମାନେ ଠିକ ସମୟରେ ଡାକ୍ତରଙ୍କର ପରାମର୍ଶ ନିଅନ୍ତି ନାହିଁ। କିଛି ଲୋକ ନିଜର ଅନ୍ଧ ବିଶ୍ବାସ ଯୋଗୁଁ ଗୁଣି ଗାରେଡିରେ ଅଯଥା ସମୟ ନଷ୍ଟ କରନ୍ତି। ଏହାଫଳ ରେ ରୋଗର ପ୍ରକୋପ ବଢେ ଓ ଡେରିରେ ଚିକିତ୍ସା ଆରମ୍ଭ କଲେ ବେଶୀ ଦିନ ଔଷଧ ଖାଇବାକୁ ପଡେ ଏବଂ ରୋଗ ସ୍ପୂର୍ଣ୍ଣ ଠିକ ହେବାର ସମ୍ଭାବନା କମି ଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ। ଏହି ଦିବସ ପାଳନର ପ୍ରମୁଖ ଲକ୍ଷ୍ୟ ହେଲା ବିଭିନ୍ନ ମାନସିକ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏହାସହିତ ମାନସିକ ରୋଗ ସମ୍ବନ୍ଧରେ ଜନସାଧାରଣଙ୍କୁ ସଠିକ ସୂଚନା ଦେବା ପାଇଁ ବିଭିନ୍ନ ସରକାରୀ, ଘରୋଇ ସଂସ୍ଥା ତଥା ​ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ପ୍ରୋତ୍ସାହିତ କରିବା । ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗୀମାନଙ୍କ ପ୍ରତି କୌଣସି ଭେଦଭାବ ଓ ପକ୍ଷପାତିତା ପ୍ରଦର୍ଶନ ନ କରି ସଠିକ ଚିକିତ୍ସା କଲେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ହେବ। ଏହା ସହିତ ଲୋକମାନଙ୍କ ମଧ୍ୟରେ ମାନସିକ ସସ୍ଥୁତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ମଧ୍ୟ ଏହି ଦିବସର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟଅଟେ। ଚଳିତ ବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ଅଭିବ୍ୟକ୍ତି ହେଉଛି “କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ”। ଏହା ଏକ ଗରୁତ୍ୱପୂର୍ଣ୍ଣ ବିଷୟ ଅଟେ। ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ କେତେକ ଉପାୟ ଅବଲମ୍ବନ କରିବା ଉଚିତ। ସର୍ବଦା ସସ୍ଥୁ ଜୀବନ ଶୈଳୀ ଅନୁସରଣ କରନ୍ତୁ। ପ୍ରତିଦିନ ଉପଯକ୍ତୁ ଶାରୀରିକ ପରିଶ୍ରମ ଓ ବ୍ୟାୟମ କରନ୍ତୁ, ସଷମ ଓ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ। କାରଣ ସସ୍ଥୁ ଶରୀରରେ ହିଁ ସସ୍ଥୁ ମନଟିଏ ରହି ପାରିବ। ସମସ୍ତ ପ୍ରକାରର ନିଶା ଦ୍ରବ୍ୟ, ଉତ୍ତେଜକ ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରୁହନ୍ତୁ। ଏସବୁ ପଦାର୍ଥ ଆପଣଙ୍କର ମାନସିକ ସନ୍ତୁଳନକୁ ନଷ୍ଟ କରିଥାଏ। ଜୀବନର ସମସ୍ତ ସମସ୍ୟାକୁ ଧର୍ଯ୍ୟର ସହିତ ସମାଧାନ କରନ୍ତୁ। ଦରକାର ପଡିଲେ ଅନ୍ୟମାନଙ୍କର ସାହାଯ୍ୟ ନିଅନ୍ତୁ। ନିଜର ନିକଟତର ଲୋକଙ୍କୁ ନିଜ ମନର କଥାକୁ ଜଣାନ୍ତୁ। ବ୍ୟସ୍ତ ଜୀବନରେ କିଛି ସମୟ ବାହାର କରି ଆତ୍ମନିରୀକ୍ଷଣ ଓ ବିଶ୍ଳେଷଣ କରନ୍ତୁ। ଏସବୁ ଉପାୟ ଅବଲମ୍ବନ କରିବା ଦ୍ବାରା ମନକୁ ସସ୍ଥୁ ଓ ଅବସାଦମକ୍ତୁ ରଖିହେବ।

 ଡ. ସତ୍ୟକାମ ମହାପାତ୍ର ମାନସିକ ରୋଗ ବିଶେଷଜ୍ଞ, କଟକ

Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ