ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ୫୦ଲକ୍ଷ ପ୍ରାଣ ହରାଇବେ

ୱାଶିଂଟନ: କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଯୁଦ୍ଧ ହେଲେ ଭାରତକୁ ମୁକାବିଲା କରିବାରେ ଅସମର୍ଥ ପାକିସ୍ତାନ ପରମାଣୁ ଆକ୍ରମଣ କରିବ ବୋଲି ଖୋଲାଖୋଲି ଘୋଷଣା କରିଛି। ତେଣୁ ଦୁଇ ରାଷ୍ଟ୍ର ମଧ୍ୟରେ ପରମାଣୁ ଯୁଦ୍ଧର ଆଶଙ୍କା ରହିଛି। କାରଣ ଦୁଇ ରାଷ୍ଟ୍ର ପରମାଣୁ ଶକ୍ତି ସମ୍ପନ୍ନ। ଦୁଇଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ପ୍ରାୟ ୧୨କୋଟି ୫୦ଲକ୍ଷ ଲୋକ ପ୍ରାଣ ହରାଇବେ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଏହା ବ୍ୟତୀତ ପରମାଣୁ ବୋମାର ପରୋକ୍ଷ ପ୍ରଭାବରେ ଆହୁରି କେତେ ପ୍ରାଣ ହରାଇବେ। ଆମେରିକା ଓ କାନାଡାର ଦୁଇ ଗବେଷକଙ୍କ କହିବା ଅନୁଯାୟୀ ଏହି ପରମାଣୁ ଯୁଦ୍ଧ କେବଳ ଭାରତ ଓ ପାକିସ୍ତାନକୁ କ୍ଷତି ପହଞ୍ଚାଇବ ନାହିଁ। ଏହା ବିଶ୍ବ ପରିବେଶକୁ ବ୍ୟାପକ ପ୍ରଭାବିତ କରିବ। ଦୁଇ ଗବେଷକଙ୍କ ଦ୍ବାରା ଲିଖିତ ସନ୍ଦର୍ଭ ଅନୁଯାୟୀ ୨୦୨୫ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇପାରେ। କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ଯୁଦ୍ଧ ହୋଇ ସାରିଛି। ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡିଛି। ତେଣୁ ଯେକୌଣସି ସମୟରେ ଏହା ଯୁଦ୍ଧର ରୂପ ନେଇପାରେ। ୨୦୨୫ ସୁଦ୍ଧା ଦୁଇଦେଶର ଅଣୁ ଅସ୍ତ୍ର ସଂଖ୍ୟା ୪୦୦ରୁ ୫୦୦କୁ ବୃଦ୍ଧି ପାଇଥିବ। ଏହି ସମସ୍ତ ପରମାଣୁ ବୋମା ପୃଥିବୀ ପୃଷ୍ଠରେ ପଡିଲେ କୃଷି ଉତ୍ପାଦନ ୧୫ରୁ ୩୦ ପ୍ରତିଶତ ହ୍ରାସ ପାଇବ। ସେହିପରି ସାମୁଦ୍ରିକ ଉତ୍ପାଦନ ୫ରୁ ୧୫ ପ୍ରତିଶତ ହ୍ରାସ ପାଇବ।

Comments are closed.