କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତିବର୍ଷ ୧୧ ଜୁଲାଇକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଏ। ବିଶ୍ୱ ଜନସଂଖ୍ୟା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଓ ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ। ୧୯୮୯ ଠାରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଏହି ଦିନର ପ୍ରାରମ୍ଭ ସଂଯୁକ୍ତ ରାଷ୍ଟ୍ର ସଂଘର ବିକାଶ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇ ପରେ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଗଲା।
ବିଶ୍ୱ ଜନସଂଖ୍ୟା ଦିବସ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ରୋକିବା ପାଇଁ ପ୍ରତି ଲୋକଙ୍କୁ ଜାଗୃତ କରାଯାଏ। ଗତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ପରିବାର ନିୟୋଜନ ଥିଲା। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଭିନ୍ନ କାରଣରୁ ସମାଜ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏବେ ଦେଶର କେତେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି। ଏହା ବେଆଇନ ବା ଆଇନ ଦୃଷ୍ଟିରେ ଅପରାଧ ଅଟେ। ଏଭଳି କୁପ୍ରଥା କାରଣରୁ କମ ବସୟରେ ମଧ୍ୟ କେତେକ କନ୍ୟାମାନେ ସନ୍ତାନମାନଙ୍କୁ ଜନ୍ମ ଦେଇଥାଆନ୍ତି। ଯାହା ଉଭୟ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଅଶିକ୍ଷିତ, ଦାରିଦ୍ର୍ୟତା ଓ ପୁତ୍ର ସନ୍ତାନ ପ୍ରାପ୍ତିର ଇଚ୍ଛା ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ମଧ୍ୟ ଅଟେ। ଅଶିକ୍ଷିତ ହେବା କାରଣରୁ ଲୋକେ ପରିବାର ନିୟୋଜନର ମହତ୍ତ୍ୱ ବିଷୟରେ ବୁଝିପାରନ୍ତି ନାହିଁ। ବେରୋଜଗାରୀ ବୃଦ୍ଧି ପାଇବାର ମୁଖ୍ୟ କାରଣ ମଧ୍ୟ ଜନ ସଂଖ୍ୟା ବୃଦ୍ଧି ଅଟେ। ତେଣୁ ସଠିକ ଶିକ୍ଷାର ସ୍ତର ବୃଦ୍ଧି, ଲୋକଙ୍କୁ ଭୁଲ ଓ ଠିକ ବିଷୟରେ ଜାଗୃତ କରିବାର ଅଭିଯାନର ପ୍ରଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରିବ।
ଆଲେଖ୍ୟ ସସ୍ମିତା ମହାନ୍ତି

Comments are closed.