ବଦଳିବ ଭାରତୀୟ ଜନସଂଖ୍ୟା ମାନଚିତ୍ର- ନିର୍ମଳା ସୀତାରମଣ

ଜନସଂଖ୍ୟା ବୃଦ୍ଧି ଦେଶର ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ବର୍ତ୍ତମାନ ଦେଶର ଜନସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ହେଉଛି ଏହାକୁ ଦେଖିଲେ କଳ୍ପନା କରିବା ଅସମ୍ଭବ ଯେ ଦେଶର ଜନସଂଖ୍ୟାକୁ କେବେ ନିୟନ୍ତ୍ରଣ କରି ହେବ । କିନ୍ତୁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଏକ ବଡ ଧରଣର ତଥ୍ୟ ଉପସ୍ଥାପନା କରିଛନ୍ତି ।

ଭାରତରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ ବୟସ ବର୍ଗ କ୍ଷେତ୍ରରେ ସ୍ବାସ୍ଥ୍ୟ ସେବା, ଯତ୍ନ, ଶିକ୍ଷା ସୁବିଧା, ଅବସରକାଳୀନ ସେବା ଓ ଭାଗିଦାରିତା ହାର ଆଦି ସୁନିଶ୍ଚିନ୍ତ କରିବା ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗୁରୁତ୍ବଆରୋପ କରିଛନ୍ତି । ୨୦୧୮-୧୯ ଆର୍ଥିକ ସମୀକ୍ଷା ଉପସ୍ଥାପନା କରି ନିର୍ମଳା ସୀତରମଣ କହିଛନ୍ତି ଯେଉଁ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ହାର ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି,  ସେହିସବୁ ରାଜ୍ୟ ଗୁଡିକରେ ୨୦୩୧ରୁ ୪୧ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସର୍ବନିମ୍ନ ସ୍ତରରେ ପହଞ୍ଚିବା ସହିତ ସ୍ବଳ୍ପଗତି ସମ୍ପନ୍ନ ଜନସଂଖ୍ୟା ବୃଦ୍ଧି ହାର ୨୦୨୧ରୁ ୪୧ ପର୍ଯ୍ୟନ୍ତ ଆହୁରି ହ୍ରାସ ପାଇବ ।

ଆର୍ଥିକ ସମୀକ୍ଷାରେ ୨୦୧୧ରେ ୧୯ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗ ସଂଖ୍ୟା ୪୧ ପ୍ରତିଶତ ଥିବା ବେଳେ ୨୦୪୧ ବେଳକୁ ଏହା କେବଳ ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବ ଏବଂ ୬୦ ବର୍ଷ ଆୟୁବର୍ଗ ଲୋକଙ୍କ ସଂଖ୍ୟା ସେହି ସମୟ ମଧ୍ୟରେ ୭.୪ ପ୍ରତିଶତ ବୃଦ୍ଧି ପାଇ ୧୬ ପ୍ରତିଶତରେ ଏବଂ ଆୟକାରୀ ଗୋଷ୍ଠୀ ବାର୍ଷିକ କେବଳ ୪୨ ଲକ୍ଷ ମଧ୍ୟରେ ସୀମିତ ରହିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ।

ଆଲେଖ୍ୟ : ବୈଜୟନ୍ତୀ ନାୟକ

Comments are closed.