ପୁଣି ୧୫ କିମି ଚାଲି ଚାଲି ପହଞ୍ଚିଲେ ଅନ୍ୟ ଏକ ପୋଲିଂ ପାର୍ଟି

ଫୁଲବାଣୀ : ଫୁଲବାଣୀରେ ମଧ୍ୟ ଅନ୍ୟ ଏକ ପୋଲିଂ ପାର୍ଟିର କର୍ମଚାରୀମାନେ ୧୫ କିମି ଚାଲି ଚାଲି ଫେରିଥିବା ସୂଚନା ମିଳିଛି । ବାରାଲାରେ ରାସ୍ତାରେ ଗଛ ପଡିଥିବାରୁ ଗୁରୁବାର ପୋଲିଂ ପାର୍ଟିର କର୍ମଚାରୀମାନେ ଫେରି ପାରିନଥିଲେ । ଗାଡି ଡ୍ରାଇଭର ସମେତ ପୋଲିଂ ପାର୍ଟିର ୧୧ କର୍ମଚାରୀ ଜଙ୍ଗଲ ରାସ୍ତାରେ ପ୍ରାୟ ୧୫ କିମି ଚାଲି ଚାଲି ଶୁକ୍ରବାର ବାଲନ୍ଧାପଡା ଫାଣ୍ଡି ନିକଟରେ ପହଞ୍ଚିଛନ୍ତି । ସେମାନଙ୍କୁ ୨୩ ଜଣ ସୁରକ୍ଷାକର୍ମୀ ସହାୟତା କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ବାରାଲାରେ ପୋଲିଂ ପାର୍ଟି ଉପରେ ମାଓବାଦୀମାନେ ଗୁଳିମାଡ କରିଥିଲେ ।

Comments are closed.